ଓଡ଼ିଆ ନ୍ୟୁଜ୍: କାଲିଠୁ ବିଦେଶ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୮ ଦିନରେ ୫ ଦେଶ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦୀ ,ଆଉ କୁହାଯାଉଛି ଦକ୍ଷିଣ ଦେଶମାନଙ୍କୁ ମୋଦୀଙ୍କ ଗସ୍ତ ଗୁରୁତ୍ବପୂର୍ଣ୍ଣ ରଖୁଛି । କାଲିଠାରୁ ମୋଦୀଙ୍କ ବିଦେଶ ଗସ୍ତ ଆରମ୍ଭ ହେଉଛି , କୂଟନୈତିକ ସ୍ତରରେ ମୋଦୀଙ୍କ ଗସ୍ତ ଭାରତ ପାଇଁ ଲାଭଦାୟକ ହୋଇପାରେ । ଘାନାକୁ ପ୍ରଥମେ ଯିବେ ମୋଦୀ ପରେ ଅନ୍ୟ ଦେଶକୁ ଯାଇ ବ୍ରିକ୍ସ ସମ୍ମିଳନୀର ଯୋଗଦେବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଜୁଲାଇ ୨ ତାରିଖରୁ ୮ ଦିନିଆ ପାଞ୍ଚଟି ଦେଶ ଗସ୍ତରେ ଯାତ୍ରା କରିବେ ।
ଯାହା ମୋଦୀଙ୍କ ଗତ ୧୦ ବର୍ଷର ସବୁଠାରୁ ଦୀର୍ଘ କୂଟନୈତିକ ଯାତ୍ରା ହେବ । ଏହି ଯାତ୍ରାରେ ମୋଦୀ ଘାନା, ତ୍ରିନିଦାଦ ଓ ଟୋବାଗୋ, ଆର୍ଜେଣ୍ଟିନା, ବ୍ରାଜିଲ ଏବଂ ନାମିବିଆକୁ ଯିବେ । ଏହା ତାଙ୍କର ଦ୍ୱିତୀୟ ପଞ୍ଚ ରାଷ୍ଟ୍ରୀୟ ଗସ୍ତ, ପୂର୍ବରୁ ୨୦୧୬ରେ ପ୍ରଧାନମନ୍ତ୍ରୀ ଆମେରିକା, ମେକ୍ସିକୋ, ସ୍ୱିଜରଲ୍ୟାଣ୍ଡ, ଆଫଗାନିସ୍ତାନ ଓ କତାର ଗସ୍ତ କରିଥିଲେ ।
ଏହି ଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବ୍ରାଜିଲରେ ଅନୁଷ୍ଠିତ ହେବାକୁ ଥିବା ୧୭ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗଦାନ କରିବା ଏବଂ ବିଶ୍ୱର ଗୁରୁତ୍ୱପୂର୍ଣ୍ଣ ଦକ୍ଷିଣ ଦେଶମାନଙ୍କ ସହ ଭାରତର ସମ୍ପର୍କକୁ ଆହୁରି ଦୃଢ଼ କରିବା ।