‘PoK’ ଆପେ ଆପେ ଭାରତରେ ମିଶିଯିବ ; କେନ୍ଦ୍ର ମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): କେନ୍ଦ୍ର ମନ୍ତ୍ରୀ ବିକେ ସିଂହଙ୍କ ବଡ଼ ବୟାନ । କହିଲେ, ଅପେକ୍ଷା କରନ୍ତୁ ଆମକୁ କିଛି କରିବାକୁ ପଡିବନାହିଁ । ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ଆପେ ଆପେ ଭାରତରେ ମିଶିଯିବ । ତେଣୁ ବ୍ୟସ୍ତ ହୁଅନ୍ତୁନାହିଁ । ସେହି ଦିନ ପାଖେଇ ଆସୁଛି । ରାଜସ୍ଥାନରେ ଏକ ପ୍ରେସ୍‌ମିଟ୍‌କୁ ସମ୍ଭୋଧିତ କରି ବିକେ ସିଂହ ବିରୋଧୀ ଦଳ କଂଗ୍ରେସ ଏବଂ ସେମାନଙ୍କୁ ନେତାକୁ ଟାର୍ଗେଟ କରି କହିଛନ୍ତି ଯେ, ଆପଣମାନେ ବ୍ୟସ୍ତ ହୁଅନ୍ତୁନାହିଁ । ଆଉ କିଛି ଦିନ ଅପେକ୍ଷା କର । ପାକିସ୍ତାନ ଅଧିକୃତ ପାକିସ୍ତାନ ବା ପିଓକେ  ଆପେ ଆପେ ଭାରତରେ ମିଶିଯିବ । ଏଥିପାଇଁ ଭାରତୀୟ ସରକାର କିମ୍ବା ଭାରତୀୟ ସେନାକୁ କିଛି କରିବାକୁ ପଡିବନାହିଁ । ଏହାସହିତ ପାକିସ୍ତାନ ସରକାର ବି କିଛି କରିପାରିବନି । ସେହିପରି ରାଜସ୍ଥାନର କଂଗ୍ରସ ସରକାରଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି କେନ୍ଦ୍ର ମନ୍ତ୍ରୀ । କହିଛନ୍ତି ଯେ, ରାଜ୍ୟରେ ଧୀରେ ଧୀରେ ଆଇନ୍‌ କାନୁନ ବ୍ୟବସ୍ଥା ଭୁଶୁଡି ପଡିଲାଣି । ଯୁବକଙ୍କ ଚାକିରି  ଏବଂ କୃଷକ ଉପଯୁକ୍ତ ମୂଲ୍ୟ ମିଳିପାରିନାହିଁ ।  ପୁରା ପ୍ରଦେଶର ଲୋକ ରାଜ୍ୟ ସରକାରଙ୍କ ନୀତି ନିୟମରେ ଅତିଷ୍ଠ ହୋଇଗଲେଣି । ତେଣୁ ଆଗାମୀ ଦିନରେ ବିଜେପି ହିଁ ରାଜ୍ୟରେ ଗୋଟିଏ ମାତ୍ର ବିକଳ୍ପ ବୋଲି କହିଛନ୍ତି ।

ସୂଚନାଯୋଗ୍ୟ ଯେ, ୧୯୪୭ ମସିହାରେ କାଶ୍ମୀରର କିଛି ଅଂଶକୁ ଜବରଦସ୍ତ ଭାବେ ଅକ୍ତିଆର କରିଥିଲା ପାକିସ୍ତାନ । ସେହି ଅଞ୍ଚଳକୁ ପାକିସ୍ତାନ ତାର ଅଞ୍ଚଳ ବୋଲି ଦାବି କରିଆସୁଥିଲା । କିନ୍ତୁ ନିୟମ ଅନୁସାରେ ଏହି ଅଞ୍ଚଳଟି ଭାରତର ବୋଲି ଭାରତ ଦାବି କରୁଛି । ଏପିରିକି ପାକିସ୍ତାନ ଏହି ଅଞ୍ଚଳରେ ଆତଙ୍କବାଦୀ ସଂଗଠନକୁ ଟ୍ରେନିଂ ଦେଉଛି ବୋଲି ଭାରତ ଅଭିଯୋଗ କରିଛି ।

Leave A Reply

Your email address will not be published.