ଓଡ଼ିଆ ନ୍ୟୁଜ୍: ପୋଲାଭରମ ବିବାଦ । ଆସନ୍ତା ୨୮ ତାରିଖରେ ପ୍ରଧାନମନ୍ତ୍ରୀ ଡାକିଲେ ଗୁରୁତ୍ୱପୂର୍ଣ୍ଣ ବୈଠକ । ଯେଉଁଥିରେ ୪ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ ସାମିଲ । ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ପୋଲାଭାରମ ବିବାଦ ନେଇ ପ୍ରଧାନମନ୍ତ୍ରୀ କରିବେ ଆଲୋଚନା ।
ଦୀର୍ଘ ଦିନ ଧରି ଆନ୍ଧ୍ର, ତେଲେଙ୍ଗାନା, ଛତିଶଗଡ଼, ଓଡିଶା ମଧ୍ୟରେ ପୋଲାଭରମ୍ ପ୍ରକଳ୍ପ ନେଇ ବିବାଦ ଲାଗିରହିଛି । ଖାସ୍ କରି ପ୍ରକଳ୍ପର ଉଚ୍ଚତା ଏବଂ ନିର୍ମାଣକୁ ଓଡିଶା ବାରମ୍ବାର ଅଭିଯୋଗ କରିଆସୁଛି । ତାପରେ ବି କୌଣସି ସମାଧାନ ହୋଇପାରୁନଥିଲା ।