ଓଡ଼ିଆ ନ୍ୟୁଜ(ବ୍ୟୁରୋ): ବରଯାତ୍ରୀ ଙ୍କୁ ଡିଜେ ବଜାଇବାକୁ ମନା କରିବାରୁ ବରଯାତ୍ରୀ ପୋଲିସ ମୁହାଁମୁହିଁ | ବରଯାତ୍ରୀ ଙ୍କ ଆକ୍ରମଣ ରେ ୫ ପୋଲିସ ଆହତ | କାର୍ଯ୍ୟାନୁଷ୍ଠାନ ସ୍ୱରୂପ ୬ ଜଣ ଙ୍କୁ ଗିରଫ କରି କରାଯାଇଛି କୋର୍ଟ ଫରୱାର୍ଡ଼ | ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ନୂଆଗାଁ ରେ ଗତକାଲି ରାତିରେ ଏକ ବାହାଘର ହେଉଥିବା ବେଳେ ହରିଚନ୍ଦନପୁର ଅଞ୍ଚଳର ବରଯାତ୍ରୀ ମାନେ ଡିଜେ ବଜାଇ ନାଚି ନାଚି ଯାଉଥିଲେ | ବିଳମ୍ବିତ ରାତି ହୋଇଥିବାରୁ ପୋଲିସ ସେମାନଙ୍କୁ ଡିଜେ ବନ୍ଦ କରିବାକୁ କହିଥିଲା ହେଲେ ସେମାନେ ପୋଲିସ କଥାକୁ ବେଖାତିର କରି ଡିଜେ ବନ୍ଦ କରିନଥିଲେ |
ପୁନର୍ବାର ପୋଲିସ ସେମାନଙ୍କୁ କହିବାରୁ କିଛି ବରଯାତ୍ରୀ ଉତକ୍ଷିପ୍ତ ହୋଇ ପୋଲିସ ଉପରକୁ ଆକ୍ରମଣ କରିଥିଲେ | ବରଯାତ୍ରୀ ଙ୍କ ସଂଘବଦ୍ଧ ଆକ୍ରମଣ ରେ ରାମଚନ୍ଦ୍ରପୁର ଥାନାର ଜଣେ ASI, ୩ ଜଣ କନେଷ୍ଟବଳ ଓ ଜଣେ ହୋମଗାର୍ଡ ଆହତ ହୋଇଥିଲେ | ଘଟଣା କୁ କେନ୍ଦ୍ରକରି କେନ୍ଦୁଝର ଏସପି ରାମଚନ୍ଦ୍ରପୁର ଥାନାରେ ଦିନ ତମାମ ଘଟଣା ର ତଦନ୍ତ କରିବା ପରେ ୬ ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି |