ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଂଚଳର ଶ୍ରୀଅନ୍ ବସ୍ତିରେ ଖାଦ୍ୟରେ ବିଷ ଦେଇ ୬ ବୁଲା କୁକୁରକୁ ମାରିଦେବା ଘଟଣା ରାଜ୍ୟ ବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି । ଏହି ଘଟଣାରେ ଆନିମଲ କ୍ରୁଏଲଟି ଦଫାରେ ମାମଲା ରୁଜୁ ହୋଇଥିବା ବେଳେ ସିସିଟିଭି ଆଧାରରେ ପୁଲିସ ଅଭିଯୁକ୍ତଙ୍କୁ ଖୋଜୁଛି। ସେପଟେ ବ୍ରହ୍ମପୁରରେ ବୁଲା କୁକୁର ଗୋଡାଇବାରୁ ଗାଡ଼ି ଦୁର୍ଘଟଣା ଘଟି ବାଇକ୍ରେ ଯାଉଥିବା ୨ ମହିଳା ଓ ଜଣେ ଶିଶୁ ଆହତ ହୋଇଛନ୍ତି। ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଂଚଳର ଶ୍ରୀଅନ୍ ବସ୍ତିରେ କୁକୁରଙ୍କୁ ମାରିଦେବା ଘଟଣାରେ ଜଣାପଡ଼ିଛି ରାତି ତମାମ ଭୁକୁ ଥିବା କୁକୁର ପଲ ରାତି ପାହିଲା ବେଳକୁ ଶୋଇଯାଇଥିଲେ ଚିରନିଦ୍ରାରେ। ଘଟଣା ନେଇ ପିପୁଲ ଫର୍ ଆନିମଲ୍ ସ ପକ୍ଷରୁ ଦିଆଯାଇଥିବା ଏତଲା ଆଧାରରେ ମୈତ୍ରୀ ବିହାର ପୁଲିସ ମାମଲା ରୁଜୁ କରିଛି। ଆଖପାଖର ସିସିଟିଭି ଯାଂଚ୍ କରି ଅଭିଯୁକ୍ତକୁ ଖୋଜୁଛି ପୁଲିସ। ସେପଟେ ବ୍ରହ୍ମପୁରରେ ବୁଲା କୁକୁରଙ୍କ ଦୌରାତ୍ମ୍ୟ ଦେଖିବାକୁ ମିଳିଛି। ସିସିଟିଭିରେ କଏଦ ଏଦୃଶ୍ୟ ସହରର ଗାନ୍ଧିନଗର ସପ୍ତମ ଲେନ୍ର। ସକାଳୁ ସକାଳୁ ମହାଦେବଙ୍କ ଦର୍ଶନ ପାଇଁ ମନ୍ଦିର ଯାଉଥିବା ବେଳେ ବୁଲା କୁକୁରଙ୍କ ପାଇଁ ଘଟିଛି ଦୁର୍ଘଟଣା। ସ୍କୁଟରରେ ଯାଉଥିବା ଦୁଇ ମହିଳା ଓ ଶିଶୁକୁ ଗୋଡାଉଛନ୍ତି ଅମାନିଆ କୁକୁର ପଲ। ଯେତେ ପାଟି କଲେ ବି ପିଛା ଛାଡୁନାହାନ୍ତି। ଶେଷରେ ଭୟରେ ଭାରସାମ୍ୟ ହରାଇ ଗାଡ଼ିଟି କାରକୁ ପିଟି ହୋଇଯାଇଥିଲା ଏବଂ ଛିଟିକି ପଡିଥିଲେ ସମସ୍ତେ। ଦୁର୍ଘଟଣାରେ ଏ. ସୁପ୍ରିୟା, ତାଙ୍କ କୁନି ପୁଅ ଓ ଗାୟତ୍ରୀ ତିନି ଜଣ ଯାକ ଗୁରୁତର ଆହତ ହୋଇଛନ୍ତି। ତେବେ ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଛି ତିନି ତିନିଟି ଜୀବନ। ଘଟଣା ପରେ କୁକୁର ବନ୍ଧ୍ୟାକରଣ ନିମନ୍ତେ ଦାବି ହୋଇଛି।

ସୂଚନାଯୋଗ୍ୟ, ଠିକ ବର୍ଷେ ତଳେ ତେଲେଙ୍ଗାନାରେ ଏକ ଅଦ୍ଭୁତ ଘଟଣା ସାମ୍ନାକୁ ଆସିଥିଲା । ତେଲେଙ୍ଗାନାର ସିଦ୍ଧିପେଷ୍ଟ ଜିଲ୍ଲାରେ ୧୦୦ ରୁ ଅଧିକ ସଂଖ୍ୟକ ବୁଲା କୁକୁରଙ୍କୁ ମାରି ଦିଆଯାଇଥ । ଏନେଇ ଅଦୁଳାପୁରମ ଗୋଉଥମ ନାମକ ଜଣେ ପଶୁପ୍ରେମୀ ଅଭିଯୋଗ ଆଣିବା ଆଣିଥିଲେ। ଏତେ ସଂଖ୍ୟକ କୁକୁର ମାନଙ୍କୁ ହତ୍ୟା ଅଭିଯୋଗରେ ଗୌତମ ଉକ୍ତ ଗାଁର ସରପଞ୍ଚ ଓ ପଂଚାୟତ ସେକ୍ରେଟାରୀଙ୍କ ନାଁରେ ଅଭିଯୋଗ ଦାୟର କରିଥିଲେ । ତାମିଲ ନାଡ଼ୁର ସିଦ୍ଦିପେଷ୍ଟ ଜିଲ୍ଲାର ଜଗଡେଭପୁର ମଣ୍ଡଳର ଥିଗୁଲ ଗ୍ରାମରେ ଏହି ଘଟଣା ଘଟିଥିବା ଜଣାପଡ଼ିଥିଲା । ଗୌତମଙ୍କ କହିବା ଅନୁଯାୟୀ ଅଭିଯୁକ୍ତ ମାନେ କୁକୁର ଧରାଳି ମାନଙ୍କୁ ଆଣି ସେମାନଙ୍କୁ ବିଷ ଇଞ୍ଜେକ୍ସନ ଦେଇ ମାରି ଦେଇଥିଲେ । ଘଟଣାଟି ମାର୍ଚ୍ଚ ୨୭ ତାରିଖରେ ଘଟିଥିଲା । ଖାଲି ବୁଲା କୁକୁରଙ୍କୁ ଯେ ମାରି ଦିଆଯାଇଛି ତାହା ନୁହେଁ ଗାଁର ଜଣେ ବ୍ୟକ୍ତିଙ୍କ ପୋଷା କୁକୁରକୁ ବି ଏମାନେ ମାରି ଦେଇଥିବା ନେଇ ଅଭିଯୋଗ ହୋଇଥିଲା । ପୋଷା କୁକୁରର ମାଲିକ ଜଣକ “ଆନିମଲ ଫାଉଣ୍ଡେସନ” ନିକଟରେ ଅଭିଯୋଗ ଦାୟର କରିବା ପରେ ହଜିଯାଇଥିବା କୁକୁର ମାନଙ୍କୁ ଖୋଜା କାମ ଆରମ୍ଭ ହୋଇଥିଲା । ଅନେକ ଖୋଜାଖୋଜି କରିବା ପରେ ମଲା କୁକୁର ମାନଙ୍କ ଶବ ଏକ ପରିତ୍ୟକ୍ତ କୂଅ ଭିତରୁ ମିଳିଥିଲା । ପଶୁପ୍ରେମୀ ଗୌତମଙ୍କ କହିବା ଅନୁଯାୟୀ ଘଟଣା ବାବଦରେ ସେ ସିଦ୍ଦିପେଷ୍ଟ ଜିଲ୍ଲାପାଳ ଓ ପୋଲିସ କମିସିନରଙ୍କ ନିକଟରେ ବି ଏକ ଅଭିଯୋଗ ଦାୟର କରିଥିଲେ ।