ଓଡ଼ିଆ ନ୍ୟୁଜ(ବ୍ୟୁରୋ): କଟକ ମାଲଗୋଦାମ ଡକାୟତି ଘଟଣାରେ ୭ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ। ଗତ ୧୧ତାରିଖ ରାତିରେ କଟକ ମାଲଗୋଦାମ ନିକଟରେ ହୋଇଥିଲା ଡକାୟତି। ଏହା ସହ ନଗଦ ଲକ୍ଷେ ୨୩ହଜାର ଟଙ୍କା ଓ ୧୨ଗ୍ରାମ ଓଜନର ସୁନା ଵଲ ଜବତ କରିଛି ପୋଲିସ । ଏହା ସହ ଅଭିଯୁକ୍ତମାନଙ୍କ ଠାରୁ ସାତଟି ମୋବାଇଲ ଜବତ କରିଛି ପୋଲିସ । ପୋଲିସ ସୂଚନା ଅନୁସାରେ ବିଦ୍ୟାଧରପୁର ଅଞ୍ଚଳର ଆଦିତ୍ୟ କୁମାର ମହାରଣା ମାଲଗୋଦାମ ଥାନାରେ ଡକାୟତି ନେଇ ମାଲଗୋଦାମ ଥାନାରେ ଏକ ଏତଲା ଦେଇଥିଲେ ।
ଏତଲା ଅନୁଯାୟୀ ଗତ ୧୧ତାରିଖ ରାତିରେ ଅଭିଯୋଗକାରୀ ମଙ୍ଗଳାବାଗ ଅଞ୍ଚଳରେ ଥିବା ତାଙ୍କ ଗହଣା ଦୋକାନ ଵନ୍ଦ କରି ଫେରୁଥିବା ବେଳେ ମାଲଗୋଦାମ ନିକଟରେ ସାତ ଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇ ତାଙ୍କ ଠାରୁ ନଗଦ ସାତ ଲକ୍ଷ ପଚାଶ ହଜାର ଟଙ୍କା ଓ ସେ ପିନ୍ଧିଥିବା ମୁଦି,ଚେନ ସହ ମୋବାଇଲ ଫୋନ ଓ ଗାଡି ଛଡାଇ ନେଇଥିଲେ। ମଙ୍ଗଳାବାଗ ଥାନା ସ୍ପେଶାଲ ସ୍କ୍ୱାର୍ଡ ଓ ମାଲଗୋଦାମ ଥାନା ପୋଲିସର ମିଳିତ ଉଦ୍ୟମରେ ପୋଲିସ ଦଶ ଦିନ ଭିତରେ ଅଭିଯୁକ୍ତ ମାନଙ୍କୁ ଗିରଫ କରିଵା ସହ ଡକାୟତି ଜିନିଷ ଉଦ୍ଧାର କରି ପାରିଛି।