ଖଣ୍ଡଗିରି ଅଭିମୁଖେ ଯାଉଥିବା ସମୟରେ ଯୁବକଙ୍କୁ ଆକ୍ରମଣ କଲେ ଦୁର୍ବୃତ୍ତ, ପୋଲିସ କଲା ଗିରଫ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଖଣ୍ଡଗିରିରେ ମାରଣାସ୍ତ୍ରରେ ଯୁବକଙ୍କୁ ଆକ୍ରମଣ ଘଟଣା। ଅଭିଯୁକ୍ତକୁ ଗିରଫ କଲା ପୋଲିସ । ଗତ କାଲି ଅଭିଯୋଗକାରୀ ଜଗନ୍ନାଥ ରାଓଙ୍କ ଅଭିଯୋଗ ଭିତ୍ତିରେ ଖଣ୍ଡଗିରୀ ଥାନା ପୁଲିସ ତଦନ୍ତ କରି ଆଜି ଅଭିଯୁକ୍ତ ଶଶାଙ୍କ ଶେଖର ବଳିଆରସିଂହଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ତା.୧୮.୦୫.୨୦୨୩ ରିଖ ସକାଳେ ବରମୁଣ୍ଡା ଅଞ୍ଚଳର ପୀଡିତ ବ୍ୟକ୍ତି ଜଣକ ନାକାଗେଟ ପଟୁ ଖଣ୍ଡଗିରୀ ଅଭିମୁଖେ ଯାଉଥିବା ସମୟରେ  ଅଭିଯୁକ୍ତ ଏବଂ ତାଙ୍କ ସହଯୋଗୀ ମାନେ ମାରଣାସ୍ତ୍ର ନେଇ ଦୁଇଟି ମୋଟରସାଇକେଲ ଯୋଗେ ତାଙ୍କର ପିଛା କରିଥିଲେ । ପୀଡିତ ବ୍ୟକ୍ତି ଜଣକ ଖଣ୍ଡଗିରୀ ଛକ ନିକଟସ୍ଥ ଏକ ଚା ଦୋକାନରେ ଚା ପିଉଥିବା ସମୟରେ ନିମ୍ନୋକ୍ତ ଅଭିଯୁକ୍ତ ଏବଂ ତାଙ୍କ ସହଯୋଗୀ ମାନେ ପୂର୍ବରୁ ଥିବା ବିବାଦକୁ କେନ୍ଦ୍ର କରି ମାରଣାସ୍ତ୍ର ସହାୟତାରେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏହି ମରଣାନ୍ତକ ଆକ୍ରମଣରେ ପୀଡିତ ବ୍ୟକ୍ତି ଜଣକ ଗୁରୁତର ଆହତ ହୋଇ ଆମ୍ରି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଅଭିଯୋଗକାରୀଙ୍କ ଅଭିଯୋଗ ଆଧାରରେ ଖଣ୍ଡଗିରୀ ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ କରିବା ସହିତ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ । ପଚରା ଉଚରା ସମୟରେ ଅଭିଯୁକ୍ତ ଜଣକ ନିଜ ଅପରାଧ ସ୍ଵୀକାର କରିଥିଲେ । ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଥିବା ବେଳେ ସହଯୋଗୀ ମାନଙ୍କୁ ଗିରଫ ଲାଗି ପୁଲିସ ତରଫରୁ ଚଢଉ ଜାରି ରହିଛି ।

Leave A Reply

Your email address will not be published.