ରଘୁନନ୍ଦନ ଦାସଙ୍କ ଘରେ ପୁଲିସ୍

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମହିଳା ସାମ୍ବାଦିକଙ୍କ ଉପରକୁ କୁକୁର ଛାଡ଼ିବା ଘଟଣା। ତଦନ୍ତ ଓ ପଚରାଉଚରା ପାଇଁ ବିଜେଡି ନେତା ରଘୁନନ୍ଦନ ଦାସଙ୍କ କ୍ୱାର୍ଟର୍ସରେ ପହଞ୍ଚିଲା କ୍ୟାପିଟାଲ ଥାନା ପୁଲିସ୍ । ସାମ୍ବାଦିକାଙ୍କ ଉପରକୁ କୁକୁର ଛାଡ଼ିବା ନେଇ ଧମକ ଦେବା ଅଭିଯୋଗରେ କ୍ୟାପିଟାଲ ଥାନାରେ ଏତଲା ହୋଇଥିଲା। ପୁଲିସ ଏବେ ଏହି ମାମଲାରେ ତଦନ୍ତ କରିବାକୁ ଆସି ଦ୍ୱିତୀୟ ଥର କ୍ୱାର୍ଟସରେ ପହଞ୍ଚିଛି।

ଏହାପୂର୍ବରୁ ପୁଲିସ ଯେତେବେଳେ ତଦନ୍ତ କରିବାକୁ ଆସିଥିଲା କହିଥିଲା, ରଘୁନନ୍ଦନଙ୍କ କ୍ୱାର୍ଟସର ସିସିଟିଭି ଫୁଟେଜ୍ ମଗାଯାଇଛି।  ପ୍ରଣବ ପ୍ରକାଶ ଦାସଙ୍କ ଘର ଭଙ୍ଗାଯିବା ନେଇ ଖବର ସଂଗ୍ରହ କରିବାକୁ ଯାଇଥିବାବେଳେ ମହିଳା ସାମ୍ବାଦିକ ଜଣକ ରଘୁନନ୍ଦନଙ୍କ ବାସଭବନ ପଟୁ ଚିତ୍ର ସଂଗ୍ରହ କରିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ଉତ୍ତ୍ୟକ୍ତ ରଘୁନନ୍ଦନ, ପାଖରେ ଥିବା କୁକୁରଙ୍କୁ ଛାଡିଦେବାକୁ ତାଙ୍କ ସହଯୋଗୀଙ୍କୁ କହିବା ପରେ, ସହଯୋଗୀ ହଠାତ୍ କୁକୁରକୁ ଛାଡ଼ି ଦେଇଥିଲେ ବୋଲି ଅଭିଯୋଗ ହୋଇଛି।

ବିଜେଡିର ଏହି ପୂର୍ବତନ ବିଧାୟକ କୁକୁର ଛାଡ଼ିବାକୁ କହିଥିବା ସ୍ୱୀକାର କରିଥିଲେ। ସେ ନିଜେ ପାଲଟା ମାମଲା ଦାୟର କରିବେ ବୋଲି କହିଥିଲେ। ବିଜେଡି ନେତାଙ୍କ ଏପରି କାର୍ଯ୍ୟକୁ ବିରୋଧ କରି ସାମ୍ବାଦିକମାନେ ରାଜଧାନୀରେ ଆନ୍ଦୋଳନ କରି ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଆଜି ଅଧିକ ପଚରାଉଚରା ପାଇଁ ପୁଲିସ୍ ରଘୁନନ୍ଦନଙ୍କ କ୍ଵାର୍ଟର୍ସରେ ପହଞ୍ଚିଛି।

Leave A Reply

Your email address will not be published.