ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ୟୁଜିସି ନେଟ୍ ପାଇଁ ନୂଆ ତାରିଖ ଘୋଷଣା କଲା ଏନଟିଏ । ଅଗଷ୍ଟ ୨୧ରୁ ସେପ୍ଟେମ୍ବର ୪ ତାରିଖ ମଧ୍ୟରେ ଏହି ପରୀକ୍ଷା ହେବ । ଏଥିସହ ଜଏଣ୍ଟ ସିଏସଆଇଆର ୟୁଜିସି-ନେଟ୍ ତାରିଖ ମଧ୍ୟ ଘୋଷଣା ହୋଇଛି । ଜୁଲାଇ ୨୫ରୁ ୨୭ ତାରିଖ ମଧ୍ୟରେ ପରୀକ୍ଷା କରାଯିବ ।
ପରୀକ୍ଷାରେ ସ୍ୱଚ୍ଛତା ପାଇଁ କମ୍ପ୍ୟୁଟର ବେସଡ୍ ଟେଷ୍ଟ ଫର୍ମାଟରେ ଉଭୟ ପରୀକ୍ଷା ନିଆଯିବ । ଏନେଇ ଜାତୀୟ ପରୀକ୍ଷା ଏଜେନ୍ସି ବା ଏନଟିଏ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ପରୀକ୍ଷାରେ ସ୍ୱଚ୍ଛତା ପାଇଁ କମ୍ପ୍ୟୁଟର ବେସଡ୍ ଟେଷ୍ଟ ଫର୍ମାଟରେ ଉଭୟ ପରୀକ୍ଷା ନିଆଯିବ । ଏନେଇ ଜାତୀୟ ପରୀକ୍ଷା ଏଜେନ୍ସି ବା ଏନଟିଏ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ସୂଚନାଯୋଗ୍ୟ, ବିଶ୍ୱବିଦ୍ୟାଳୟ ଓ କଲେଜର ସହକାରୀ ପ୍ରଫେସର ପଦବୀ, ଜୁନିଅର ରିସର୍ଚ୍ଚ ଫେଲୋସିପ୍ ଯୋଗ୍ୟତା ନିର୍ଦ୍ଧାରଣ ପାଇଁ ଜୁନ୍ ୧୮ ତାରିଖରେ ଏନଟିଏ ଦ୍ୱାରା ପରିଚାଳିତ ୟୁଜିସି- ନେଟ୍ ହୋଇଥିଲା ।
ଏଥିରେ ପ୍ରାୟ ୯ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ହେଲେ ଅନିୟମିତା ଅଭିଯୋଗ ହେବା ପରେ ମାତ୍ର ଦୁଇ ଦିନ ପରେ ପରୀକ୍ଷାକୁ ବାତିଲ କରାଯାଇଥିଲା । ମାତ୍ର ଅନିୟମିତା ଅଭିଯୋଗ ହେବା ମାତ୍ରେ ୨ ଦିନ ପରେ ପରୀକ୍ଷାକୁ ବାତିଲ କରାଯାଇଥିଲା। ଏନଟିଏର ବିଜ୍ଞପ୍ତି ଅନୁସାରେ ଏନସିଇଟି ୨୦୨୪ ପରୀକ୍ଷା ଜୁଲାଇ ୧୦ ତାରିଖରେ ହେବ। ସେହିପରି ଜୁଲାଇ ୬ ତାରିଖରେ ଅଲ୍ ଇଣ୍ଡିଆ ଆୟୁଷ ପୋଷ୍ଟ ଗ୍ରାଜୁଏଟ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ ।