ପଈଁତିରିଶ ଲକ୍ଷ ଟଙ୍କା ଠକେଇ କରି ବନ୍ଧା ହେଲେ ସ୍ୱାମୀ ସ୍ତ୍ରୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ପ୍ରଥମେ ବନ୍ଧୁତ୍ୱ, ପରେ ଧରମ ଭାଇ କରି ବିଜିନେସ ପାର୍ଟନର କଲେ ଓ ପରେ ପଈଁତିରିଶ ଲକ୍ଷ ଟଙ୍କା ନେଇ ଚମ୍ପଟ ମାରିଥିଲେ 420 ସ୍ୱାମୀ ସ୍ତ୍ରୀ | ଥାନାରେ ଅଭିଯୋଗ ର ଦୀର୍ଘ ମାସ ପରେ ପାଟକୁରା ପୋଲିସ ଠକ ସ୍ୱାମୀ ସ୍ତ୍ରୀ ଙ୍କୁ ଗିରଫ କରିଛନ୍ତି | ପାଟକୁରା ଥାନା ଅନ୍ତର୍ଗତ ବଛରେଇ ଗ୍ରାମର ମେଡ଼ିସିନ ଡିଷ୍ଟିବୁଟର ଭାବେ କାର୍ଯ୍ୟରତ ସନ୍ତୋଷ କୁମାର ପରିଡା ନିଜ ଔଷଧ ବିତରଣର ପରିଧି ବୃଦ୍ଧି ପାଈଁ 2022 ମସିହା ରେ ହରିଦ୍ୱାର ସ୍ଥିତ “ମାସ୍କଟ ହେଲଥ ସିରିଜ” ନାମକ ମେଡ଼ିସିନ ବିତରକ ସଂସ୍ଥା ସହ ଯୋଗାଯୋଗ କରିଥିଲେ |

ସେହି କମ୍ପାନୀର ଆସିଷ୍ଟାଣ୍ଟ ଏଚଆର ମ୍ୟାନେଜର ଭାବେ କାର୍ଯ୍ୟରତ ବିଭୁ କଲ୍ୟାଣ ମିଶ୍ର, ସନ୍ତୋଷଙ୍କୁ ନିଜ ଘରକୁ ନେଇ ତାଙ୍କୁ ମିଠା ମିଠା କଥା ରେ ଆପୟିତ କରି ମିଳିତ ଭାବେ ପାର୍ଟନରସିପରେ ଏକ ଘରୋଇ ଔଷଧ ବିତରକ ସଂସ୍ଥା ଓ ଫାକ୍ଟ୍ରି ଖୋଲିବାକୁ ସଜେସନ ଦେଇଥିଲେ | କୋଟିଏ ଟଙ୍କା ଖର୍ଚ୍ଚ ହେବ କହି ସେ ସନ୍ତୋଷ ଙ୍କୁ ପଚାଶ ଲକ୍ଷ୍ୟ ଟଙ୍କା ମାଗିଲେ | ଅନ୍ୟ ପଟେ ବିଭୁ କଲ୍ୟାଣ ମିଶ୍ରଙ୍କ ସ୍ତ୍ରୀ ବିଣା ମିଶ୍ର ସନ୍ତୋଷ ଙ୍କୁ ଧରମ ଭାଇ କରି ସମ୍ପର୍କ ବଢ଼େଇ ଥିଲେ | ଦମ୍ପତି ଙ୍କ କଥାରେ ବଶୀଭୂତ ହୋଇ ସନ୍ତୋଷ ତାଙ୍କୁ ପଈଁତିରିଶ ଲକ୍ଷ ଟଙ୍କା ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଦେଇଥିଲେ | ବିଭୁ କଲ୍ୟାଣ ମିଶ୍ର ଓ ତାଙ୍କ ଆଉ ଜଣେ ସହଯୋଗୀ ରାହୁଲ ଯୋଶୀ ବଚରେଇ ଆସି ସନ୍ତୋଷଙ୍କ ସମ୍ପର୍କୀୟଙ୍କ ଠୁ ମଧ୍ୟ ୯ ଲକ୍ଷ ତିରିଶ ହଜାର ଟଙ୍କା ନେଲେ|

ଫ୍ୟାକ୍ଟ୍ରି ନିର୍ମାଣ ଜାରି ରହିଛି କହି ସନ୍ତୋଷ ଙ୍କୁ ଧରମ ଭଉଣୀ ବୀଣା ମିଶ୍ର ଭୁଆଁ ବୁଲାଉ ଥିଲେ | ତା ପରେ କିଛି ମାସ ପରେ ବିଭୁ କଲ୍ୟାଣ ଓ ବୀଣା ସନ୍ତୋଷ ଙ୍କ ସହ ଯୋଗାଯୋଗ ରଖିଲେନି | ଫୋନ ନମ୍ବର ବଦଳେଇ ଦେଲେ, ଟଙ୍କା ନେଇ ଫେରାର ହୋଇଗଲେ, ସନ୍ତୋଷ ଙ୍କ ବିଶ୍ୱାସ ରେ ଠକ ଦମ୍ପତି ବିଶ ଭରି ଦେବାରୁ ଗତବର୍ଷ ଡିସେମ୍ବର ମାସରେ ସନ୍ତୋଷ ପରିଡା ପାଟକୁରା ଥାନା ରେ ଏତଲା ଦେବାପରେ ଏନେଇ ଏକ ମାମଲା ରୁଜ୍ଜୁ ହୋଇଥିଲା | ଗତକାଲି ପାଟକୁରା ପୋଲିସ ବିଭୁ କଲ୍ୟାଣ ଙ୍କ କାର୍ଯ୍ୟସ୍ଥଳ ହରିଦ୍ୱାର ଓ ନିଜ ଘର ଚଉଦ କୁଲାଟ ଅଞ୍ଚଳ ରେ ଚଢ଼ାଉ କରି ଦିଭୁ କଲ୍ୟାଣ ମିଶ୍ର ଓ ବୀଣା ମିଶ୍ର ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି |

Leave A Reply

Your email address will not be published.