ଚାକରିରି ପାଇବାର ବର୍ଷେ ପୁରିନି, ୨୫ ହଜାର ଟଙ୍କା ଲାଞ୍ଚ ଧରାପଡିଲେ ସିନ୍ଧେକେଲା ଥାନା ଅଧିକାରୀ ଆଲୋକ ବେହେରା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡିଛନ୍ତି ସିନ୍ଧେକେଲା ଥାନା ଅଧିକାରୀ ଆଲୋକ ବେହେରା । ଥାନା ଅଧିକାରୀ ଶ୍ରୀ ବେହେରାଙ୍କୁ ଲାଞ୍ଚ ନେଉଥିବା ବେଳେ ବରଗଡ଼ ଭିଜିଲାନ୍ସ ଟିମ୍ ଧରିଥିବା ବେଳେ ବ୍ୟାଙ୍କ କର୍ମଚାରୀ ଅଜିତ କୁମାର ଘଡେଇଙ୍କ ଏକ ପୁରୁଣା ମାମଲା ଚାର୍ଚସିଟରୁ ନାମ କଟାଇବା ପାଇଁ ଥାନା ଅଧିକାରୀ ଟଙ୍କା ମାଗିଥିଲେ ।

ଏନେଇ ଅଜିତ ଭିଜିଲାନ୍ସକୁ ଅଭିଯୋଗ କରିଥିବା ବେଳେ ଆଜି ଭିଜିଲାନ୍ସ ଟିମ୍ ପୂର୍ବରୁ ଛକି ରହି ଟଙ୍କା ନେଲା ବେଳେ ଥାନା ଅଧିକାରୀ ଶ୍ରୀ ବେହେରାଙ୍କୁ ଧରିଥିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.