ପୁଣି ମାତିଲେ ଚିଲିକାରେ ପକ୍ଷୀ ଶିକାରୀ: ଡଙ୍ଗା ସହ ୫ ମୃତ ବିଦେଶାଗତ ପକ୍ଷୀ ଜବତ, ଅଭିଯୁକ୍ତ ଗିରଫ

0

ଓଡିଆ ନ୍ୟୁଜ୍(ବ୍ୟୁରୋ): ଆଜି ପକ୍ଷୀ ଶିକାର ଖବର ପାଇ ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ କାଳୁପଡା ଘାଟ ନିକଟସ୍ଥ ବୋରକୂଦି ଚ୍ୟାନେଲରେ ଚଢାଉ କରି ୫ ଟି ମୃତ ବିଦେଶାଗତ ପକ୍ଷୀ ଏବଂ ଏକ ଡ଼ଙ୍ଗା ଜବତ କରିବା ସହ ପକ୍ଷୀ ଶୀକାରୀଙ୍କୁ ଗିରଫ କରିଛି। ଚିଲିକାରେ ପୁଣିଥରେ ପକ୍ଷୀ ଶୀକାରୀ ମାତିଛନ୍ତି। ଦିନକୁ ଦିନ ଚିଲିକାରେ ପକ୍ଷୀ ଶିକାର ବଢୁଥିବା ବେଳେ ବନ୍ୟପ୍ରାଣୀ ବିଭାଗ ପାଇଁ ଏହା ମୁଣ୍ଡବଥାର କାରଣ ପାଲଟିଛି। ଫୁରାଡନ ବିଷ ଦେଇ ପକ୍ଷୀ ଶୀକାର କରୁଛନ୍ତି।

ଗିରଫ ପକ୍ଷୀ ଶୀକାରୀ ଜଣକ ହେଲେ ଟାଙ୍ଗୀ ଥାନା ଜଟିଆ ପାଟଣା ଗାଁର ଚୈତନ୍ୟ ପ୍ରଧାନ (୪୬ )।
ଏହି ପରିପ୍ରେକ୍ଷୀରେ ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଯାଇଛି। ଏନେଇ ଟାଙ୍ଗୀ ବନ୍ୟପ୍ରାଣୀ ରେଞ୍ଜର ଚୁଡ଼ାରାଣୀ ମୁର୍ମୁ ସୂଚନା ଦେଇଛନ୍ତି।

Leave A Reply

Your email address will not be published.