ବ୍ରାଉନସୁଗାର କାରବାର ବେଳେ ଯୁବକଙ୍କୁ ମାଡ଼ିବସିଲା ପୋଲିସ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ବ୍ରାଉନସୁଗାର କାରବାର ବେଳେ ଯୁବକଙ୍କୁ ମାଡ଼ିବସିଲା ପୋଲିସ। ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକର ବାହାନଗା ବଜାର ଗଳା ପୋଲ ତଳୁ ମଙ୍ଗଳବାର ଅବକାରୀ ବିଭାଗ ଦ୍ଵାରା ୧୧୦ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି । ଏଥିରେ ବ୍ୟବହାର ହେଉ ଥିବା ଏକ ବୁଲେଟ ମଟର ସାଇକେଲ ସହ ଜଣକୁ ଗିରଫ କରାଯାଇଛି।

ଆଜି ମଧ୍ୟାହ୍ନରେ ସୋର ଥାନା ଆଟପୁର ଅଂଚଳର ଚକ୍ରଧର ପଣ୍ଡା ଏହି ବ୍ରିଜ ତଳେ ବୁଲେଟ ବାଇକ ସହ ବ୍ରାଉନସୁଗାର ଧରି ଗରାଖ ଅପେକ୍ଷାରେ ଥିଲା । ଏଠାରେ ବ୍ରାଉନ  ସୁଗାରର ଏକ ବଡ଼ ଡିଲ ହେଉଥିବାର ଖବର ପାଇ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ସୁପରିଟେଣ୍ଡ ସୁଶାନ୍ତ କୁମାର ପାଢ଼ୀଙ୍କ  ତତ୍ବାବଧନରେ  ଇନ୍ସପେକ୍ଟର ଗାଲୁରାମ ସୋରେନଙ୍କ ନେତୃତ୍ୱରେ ଏକ ଟିମ  ଚଢ଼ଉ କରି ଚକ୍ରଧରକୁ ଗିରଫ କରିବା ସହ ୧୧୦ ଗ୍ରାମର ବ୍ରାଉନ ସୁଗାର ବୁଲେଟ ମଟର ସାଇକେଲକୁ ଜବତ କରି ଥିଲେ ।

Leave A Reply

Your email address will not be published.