ଓଡ଼ିଆ ନ୍ୟୁଜ୍: ବ୍ରହ୍ମପୁର ଜେଲ୍ରୁ ବାହାରିଲେ ୧୧୪ SI ଆଶାୟୀ। କୋର୍ଟରୁ ଜାମିନ ମଞ୍ଜୁର ପରେ ଜେଲ୍ରୁ ବାହାରିଲେ।ପ୍ରାୟ ମାସେ ଧରି ଜେଲ୍ରେ ରହିଲା ପରେ ମୁକୁଳିଲେ। SI ପରୀକ୍ଷା ଦୁର୍ନୀତିର CBI ତଦନ୍ତ ପାଇଁ ସୁପାରିସ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ମାମଲାରେ ବ୍ରହ୍ମପୁର ପୋଲିସ ଓ କ୍ରାଇମବ୍ରାଞ୍ଚ ମୋଟ ୧୨୩ ଜଣଙ୍କୁ ଗିରଫ କରିଥିଲା ।
୧୧୪ ଜଣଙ୍କୁ ମିଳିଛି ଜାମିନ । ୯ ଜଣଙ୍କୁ ଜାମିନ ମିଳିନଥିବାରୁ ସେମାନେ ଜେଲରେ ଅଛନ୍ତି । ଏହି ଘଟଣାର ମାଷ୍ଟର ମାଇଣ୍ଡ ଶଙ୍କର ପୃଷ୍ଟି ଏବେ ବି ଫେରାର ଅଛି। ସେପଟେ ମୁଖ୍ୟମନ୍ତ୍ରୀ ଘଟଣାର ସିବିଆଇ ତଦନ୍ତ ପାଇଁ ସୁପାରିସ କରିଛନ୍ତି । ତେବେ ଏଯାଏଁ ମାମଲା ସିବିଆଇକୁ ହସ୍ତାନ୍ତର ହୋଇନଥିବାରୁ ପରବର୍ତ୍ତୀ ତଦନ୍ତ ଉପରେ ସମସ୍ତଙ୍କ ନଜର ରହିଛି।