ମାଷ୍ଟର କ୍ୟାଣ୍ଟିଂନରେ ପିଓପିଡ଼ିର ଚଢ଼ାଉ: ମଦ ଦୋକାନ ସମ୍ମୁଖରେ ମଦ ପିଉଥିବା ମଦ୍ୟପଙ୍କ ଠାରୁ ଜୋରିମାନା ଆଦାୟ  

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ରାଜସ୍ୱ ପାଇବା ଆଶାରେ ରାଜ୍ୟ ସରକାର ଭୁବନେଶ୍ୱର ସ୍ମାର୍ଟସିଟି ର ଗଳିକନ୍ଦିରେ ମଦ ଦୋକାନ ଖୋଲିବାକୁ ଅନୁମତି ଦେଇଛନ୍ତି।ଯାହା ଫଳରେ ସହରରେ ବର୍ତ୍ତମାନ ସମୟରେ ମଦ୍ୟପ ମାନଙ୍କ ଉତ୍ପାତ ବହୁ ମାତ୍ରାରେ ବଢି ଗଲାଣି।ରାତି କଥା ଛାଡ଼ନ୍ତୁ ଦିନ ଦ୍ବିପ୍ରହରେ ମଧ୍ୟ ଭଦ୍ରବ୍ୟକ୍ତି ଓ ମହିଳା ମାନେ ସ୍ୱାଧୀନ ଭାବେ ବାହାରେ ଚଳପ୍ରଚଳ କରିବାକୁ କୁଣ୍ଠାବୋଧ କରୁଛନ୍ତି।ନିଶା ସେବନ କରି ଅସାମାଜିକ ଯୁବକ ମାନେ ବିଭିନ୍ନ ଅପରାଧ ଘଟାଉ ଥିବା ପରିଲକ୍ଷିତ ହେଉଛି।ଏଠାରେ ସୂଚନାଯୋଗ୍ୟ ଯେ, ଖାରବେଳ ଥାନା ଅନ୍ତର୍ଗତ ମାଷ୍ଟର କ୍ୟାଣ୍ଟିନ ସ୍ଥିତ କେଶରୀ ହୋଟେଲ ପାର୍ଶ୍ୱରେ ଥିବା ଏକ ବିଦେଶୀ ଠିପି ବନ୍ଦ ମଦ ଦୋକାନ ପାଖରେ ମଦ୍ୟପ ମାନେ ସବୁବେଳେ ସର୍ବସାଧାରଣ ମଧ୍ୟରେ ଅବାଧରେ ମଦ୍ୟପାନ କରି ପ୍ରାୟ ସମୟରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ବେଳେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ସମ୍ପୃକ୍ତ ଥାନା ପକ୍ଷରୁ କୌଣସି ଦ୍ରୁଷ୍ଠାନ୍ତ ମୂଳକ ପଦକ୍ଷେପ ନିଆଯାଉନାହିଁ।

ମାତ୍ର ଖୁସିର  କଥା ଗୁରୁବାର ସନ୍ଧ୍ୟାରେ କମିଶନରେଟ ପୋଲିସ କ୍ୟାପିଟାଲ ଥାନା ଓ ଖାରବେଳ ଥାନା ର POPD ର ଏକ ଟିମ ଅତର୍କିତ ଚଢ଼ାଉ କରି ମଦ ଦୋକାନ ସମ୍ମୁଖରେ ମଦ୍ୟପାନ କରୁଥିବା କେତେକ ମଦ୍ୟପ ମାନଙ୍କ ଠାରୁ ଜୋରିମାନା ଆଦାୟ କରିବା ସହ ସର୍ବସାଧାରଣରେ ମଦ୍ୟପାନ ନ କରିବାକୁ ତାଗିଦ କରିଥିଲେ।କମିଶନରେଟ ପୋଲିସ ର ଏହି କାର୍ଯ୍ୟ କୁ ସ୍ଥାନୀୟ ବାସିନ୍ଦା ଓ ବ୍ୟବସାୟୀ ମାନେ ଉଚ୍ଚ ପ୍ରଶଂସା କରିଛନ୍ତି।

Leave A Reply

Your email address will not be published.