ପ୍ରଭାତ ବିଶ୍ବାଳ ବିଜେଡିରୁ ବିଦା

0

ଓଡ଼ିଆ ନ୍ୟୁଜ୍: ବିଜେଡିରୁ ବହିଷ୍କୃତ ହେଲେ ପ୍ରଭାତ ବିଶ୍ବାଳ।ବିଶୃଙ୍ଖଳା ଓ ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଦା। ବହିଷ୍କାର ପରେ ପ୍ରତିକ୍ରିୟା ରଖି ସେ କହିଥିଲେ ଯେ, ” ବିଜେଡି ଫଣ୍ଡ ସ୍କାମ ଆଡକୁ ଈଶାରା କଲେ କ୍ଷୁବ୍ଧ ପ୍ରଭାତ । ବିଜେଡି ପାଇଁ ବହୁ ପରିଶ୍ରମ ହୋଇଛି ବୋଲି ପ୍ରଭାତ ବିଶ୍ୱାଳ କହିଥିଲେ । ବିଜେଡିର ଆକାଉଣ୍ଟ ବାହାର ରାଜ୍ୟରେ ଖୋଲିବା ଗ୍ରହଣୀୟ ନୁହେଁ ।

ପାର୍ଟିର ଅଜାଣତରେ ବାହାର ରାଜ୍ୟରେ ଖୋଲିଲେ ବରଦାସ୍ତ କରାଯିବନି । ସେଥିପାଇଁ ମୁ ରିଆକ୍ଟ କରିଛି ବୋଲି କହିଥିଲେ ପ୍ରଭାତ । ଏଥିସହ ବିଜୁ ଜନତା ଦଳର ୧୮୮ କୋଟି ଟଙ୍କା ଅଛି ।ଯେଉଁମାନେ ବହିଷ୍କାର କରିଛନ୍ତି ସେମାନେ ରାତି ଅନିଦ୍ରା ହୋଇନାହାନ୍ତି ବୋଲି ସେ କହିଥିଲେ । ରାତି ଅନିଦ୍ରା ହୋଇ ସେ ନବୀନ ନିବାସ ମଧ୍ୟ ଯାଇଥିଲେ । ଆହୁରି ମଧ୍ୟ ସେ କହିଛନ୍ତି ଯେ, “ସମୟ ଆସିଗଲା । ସତ୍ୟ ପ୍ରକାଶ ହେବ ।”

Leave A Reply

Your email address will not be published.