ଓଡ଼ିଆ ନ୍ୟୁଜ୍: ରାଜ୍ୟ ସରକାର ଚାଷୀମାନଙ୍କର ସବୁ ଧାନ ଉଠାଇବେ। ଏନେଇ ସୂଚନା ଦେଲେ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ।ଚଳିତ ଖରିଫ ଋତୁରେ ରେକର୍ଡ ସଂଖ୍ୟକ ଧାନ ସଂଗ୍ରହ ହୋଇଛି।୧୮ ଲକ୍ଷ ୬୪ ହଜାର ଚାଷୀ ଧାନ ବିକ୍ରି କରି ସାରିଛନ୍ତି। ୧୮ ଲକ୍ଷ ୬୪ ହଜାର ଚାଷୀ ଧାନ ବିକ୍ରି କରି ସାରିଛନ୍ତି।ଏଯାବତ୍ ୭୭ ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣା ସରିଛି।ଚାଷୀଙ୍କ ଧାନ କିଣିବାକୁ ୭ ଦିନ ଅବଧି ବୃଦ୍ଧି କରିଛନ୍ତି ସରକାର।ଯେଉଁ ଚାଷୀ ଧାନ ବିକି ନାହାନ୍ତି, ଏବେ ବିକ୍ରି କରିପାରିବେ।ମିଲ୍ରେ ଜାଗା ଅଭାବ ଯୋଗୁ ଧାନ କିଣା ପ୍ରକ୍ରିୟା ବିଳମ୍ବ ହୋଇଥିଲା।ଜଣେ ବି ଚାଷୀର ଧାନ ରହିବ ନାହିଁ, ସବୁ ଧାନ କିଣା ଯିବ।ଆସନ୍ତାବର୍ଷ ସମସ୍ୟା ନ ହେବା ପାଇଁ ସରକାର ବ୍ୟବସ୍ଥା କରୁଛନ୍ତି।
ସୂଚନା ଅନୁଯାୟୀ, ମାର୍ଚ୍ଚ ୩୧ ଥିଲା ଧାନ କିଣା ଅବଧିର ଶେଷ ଦିନ ଥିଲା। ବୁଧବାର ଖରିଫ ଧାନ କିଣା ଅବଧିକୁ ଆଉ ୭ ଦିନ ବୃଦ୍ଧି କରଛନ୍ତି ରାଜ୍ୟ ସରକାର। ଏହି ଅବଧି ବୃଦ୍ଧି ଦ୍ୱାରା କୌଣସି ବି ଚାଷୀ ନିରାଶ ହେବେନି। ବର୍ତ୍ତମାନ ସୁଦ୍ଧା ଖରିଫ ଋତୁରେ ୧୮ ଲକ୍ଷ ୬୪ ହଜାର ୪୧୮ଜଣ ଚାଷୀଙ୍କଠାରୁ ୭୭ ଲକ୍ଷ ମେଟ୍ରିକ ଟନ ଧାନ କିଣାସରିଛି। ଧାନ ସଂଗ୍ରହରେ ଏହା ସର୍ବକାଳୀନ ରେକର୍ଡ। ଏ ବାବଦକୁ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୨୨ ହଜାର ୮୮୪ କୋଟି ଟଙ୍କା ପଠାଯାଇଛି। ଚଳିତବର୍ଷ ଧାନ ସଂଗ୍ରହ ପ୍ରକ୍ରିୟାରେ ଆରମ୍ଭରୁ ବିଭିନ୍ନ ସମସ୍ୟା ଉପୁଜିଥିଲା। ପଞ୍ଜିକରଣରୁ ନେଇ ଟୋକନ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ଅଭିଯୋଗ ଆସିଥିଲା । ଧାନ କିଣା ନହେବାରୁ ଅନେକ ସ୍ଥାନରେ ଆନ୍ଦୋଳନ ବି ଦେଖା ଦେଇଥିଲା।