ଓଡ଼ିଆ ନ୍ୟୁଜ୍: ଜାତୀୟ ସିନିୟର କ୍ରିକେଟ ଟିମ୍ର ଚୟନକର୍ତ୍ତା ହେଲେ ପ୍ରଜ୍ଞାନ ଓଝା।ଶିବସୁନ୍ଦର ଦାସଙ୍କ ସହ ଦ୍ବିତୀୟ ଓଡ଼ିଆ ଭାବେ ଚୟନ କମିଟିରେ ସ୍ଥାନିତ। ଅଜିତ ଅଗରକରଙ୍କ ଅଧ୍ୟକ୍ଷତାରେ ଗଠିତ ଚୟନ କମିଟିରେ ସ୍ଥାନ ପାଇଲେ। ନୂଆ ସଦସ୍ୟ ଭାବେ ଆର୍ପି ସିଂ ସାମିଲ, ସ୍ଥାନ ବଜାୟ ରଖିଲେ ଅଜୟ ରାତ୍ରା।
ଓଡ଼ିଶାରୁ ପ୍ରଜ୍ଞାନ ଓଝା ଓ ପୂର୍ବତନ ଓପନର ଶିବ ସୁନ୍ଦର ଦାସ କମିଟିରେ ରହିବା ଦ୍ୱାରା ରାଜ୍ୟରୁ ଦୁଇଜଣ ଚୟନକର୍ତ୍ତା ଥିବା ଐତିହାସିକ ସୁଯୋଗ ସୃଷ୍ଟି ହୋଇଛି। ଏହା ଓଡ଼ିଶାର ଖେଳାଳିଙ୍କ ପାଇଁ ନୂଆ ଆଶାର କିରଣ ଆଣିଛି, ଯଦିଓ ଭାରତୀୟ ଦଳରେ ସୁଯୋଗ ପାଇବା ପାଇଁ ସେମାନଙ୍କ ପ୍ରଦର୍ଶନ ଉପରେ ନିର୍ଭର କରିବାକୁ ପଡ଼ିବ।