ପ୍ରକାଶ ଆମ୍ବେଡକର ଘୋଷଣା: ଉଦ୍ଧବ ସମର୍ଥକଙ୍କ ସହ ମେଣ୍ଟ କରିବୁନି

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଆଗାମୀ ଲୋକସଭା ନିର୍ବାଚନ ଲଢିବା ପାଇଁ ପ୍ରସ୍ତୁତ ହେଉଛନ୍ତି ବଞ୍ଚିତ ବହୁଜନ ଅଗାଡି(ଭିବିଏ)। ନିର୍ବାଚନରେ ୪୮ଟି ଲୋକସଭା ଆସନରେ ବିବିଏ ପ୍ରତିଦ୍ୱନ୍ଦ୍ୱିତା କରିବ ବୋଲି ସଭାପତି ପ୍ରକାଶ ଆମ୍ବେଡକର ଘୋଷଣା କରିଛନ୍ତି। ଦଳ ନିର୍ବାଚନରେ ଏକାକୀ ଲଢିବ ଓ ସେଥିପାଇଁ ଏବେଠାରୁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିବାକୁ ଭିବିଏ ମୁଖିଆ ପାର୍ଟି କାର୍ଯ୍ୟକର୍ତ୍ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଇଣ୍ଡିଆନ ଏକ୍ସପ୍ରେସକୁ ସୂଚନା ଦେଇ ଆମ୍ବେଡକର କହିଛନ୍ତି, ସମସ୍ତ ୪୮ ଟି ଲୋକସଭା ଆସନରେ ନିର୍ବାଚନ ଲଢିବା ପାଇଁ ଭିବିଏ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଆମେ ସେହିନୁସାରେ ପ୍ରସ୍ତୁତି ଆରମ୍ଭ କରିଛୁ। ଏବଂ ଅକ୍ଟୋବରରୁ ବିଭିନ୍ନ ରାଜ୍ୟରେ ରାଜନୈତିକ ସମାବେଶ କରିବୁ। ମହାରାଷ୍ଟ୍ରର ଅକୋଲା ଆସନରୁ ସେ ନିର୍ବାଚନ ଲଢିବେ ବୋଲି ସ୍ପଷ୍ଟ କରିଛନ୍ତି।

ଗତ ବର୍ଷ, ଭିବିଏ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନା ସହ ମେଣ୍ଟ ଗଠନ କରିଥିଲା। ଯଦିଓ ଏହି ମେଣ୍ଟ ଏପର୍ଯ୍ୟନ୍ତ ଅକ୍ଷୁର୍ଣ୍ଣ ରହିଛି, ନିର୍ବାଚନ ପୂର୍ବରୁ ମେଣ୍ଟ ନେଇ କଂଗ୍ରେସ ତରଫରୁ ସୂଚନା ନ ମିଳିବାରୁ ଆମ୍ବେଡକରଙ୍କୁ ଏହା ଅସୁବିଧାରେ ପକାଇଛି। କଂଗ୍ରେସ-ଏନସିପି-ଶିବସେନା (ଉଦ୍ଦବ ଗୋଷ୍ଠୀ) ଆଗାମୀ ଲୋକସଭା ନିର୍ବାଚନ ନେଇ ମେଣ୍ଟ ଓ ଆସନ ବାଣ୍ଟିବା ନେଇ କୌଣସି ଆନୁଷ୍ଠାନିକ ନିଷ୍ପତ୍ତି ନେଇ ନାହାନ୍ତି। ତେବେ ସେମାନଙ୍କ ଭିତରେ ଆସନ ବୁଝାମଣା ନେଇ ଅନିଶ୍ଚିତତା ଲାଗି ରହିଛି ତେବେ ଆମେ କିପରି ତାଙ୍କ ସହ ମେଣ୍ଟ ଗଠନ କରିବୁ ବୋଲି ପ୍ରକାଶ କହିଛନ୍ତି। ପ୍ରକାଶ ଆହୁରି କହିଛନ୍ତି, କଂଗ୍ରେସ ଭିତରୁ ଗୋଟିଏ ଗୋଷ୍ଠୀ ଉଦ୍ଧବଙ୍କ ଶିବସେନା ସହ ମେଣ୍ଟ କରିବାକୁ ଚାହୁଁ ନାହାନ୍ତି। କାରଣ ଏହାଦ୍ୱାରା ତାଙ୍କୁ କେବଳ ୧୦ପ୍ରତିଶତ ଭୋଟ ମିଳିବା ସହ ପାରମ୍ପରିକ ୩୦ପ୍ରତିଶତ ଭୋଟର କ୍ଷତି ଉଠାଇବାକୁ ପଡିବ କଂଗ୍ରେସକୁ।

Leave A Reply

Your email address will not be published.