ଶପଥ ଗ୍ରହଣ ପୂର୍ବରୁ ବେଲ ପାଇଲେ ପ୍ରଶାନ୍ତ ଜଗଦ୍ଦେବ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଜ୍ୟରେ ବିଜେପି ସରକାର ଶପଥ ଗ୍ରହଣ ସମାରୋହର କିଛି ଘଣ୍ଟା ପୂର୍ବରୁ ନିୟମିତ ବେଲ ପାଇଲେ ନିର୍ବାଚନୀ ହିଂସା ମାମଲାରେ ଗିରଫ ହୋଇଥିବା ଖୋର୍ଦ୍ଧାର ବିଜେପି ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ।  ସୂଚନା ଅନୁସାରେ ପୂର୍ବରୁ ପୋଲିଂ ବୁଥରେ ଗଣ୍ଡଗୋଳ ମାମଲାରେ ଗିରଫ ହୋଇଥିଲେ ପ୍ରଶାନ୍ତ ଜଗଦ୍ଦେବ । ତେବେ ଗିରଫ ପରେ ପ୍ରଶାନ୍ତଙ୍କୁ ୩ ଦିନ ପାଇଁ ଅନ୍ତରୀଣ ଜାମିନ ମିଳିଥିଲା । ତେବେ ଏହି ମାମଲାରେ ଆଜି ହାଇକୋର୍ଟ ଶୁଣାଣି କରି ପ୍ରଶାନ୍ତ ଜଗଦ୍ଦେବଙ୍କୁ ନିୟମିତ ଜାମିନ ପ୍ରଦାନ କରିଛନ୍ତି ।

ମତଦାନ ଦିନ ବୋଲଗଡ଼ ବ୍ଲକ କାଉଁରିପାଟଣା 114-ନଂ ବୁଥରେ ଇଭିଏମ ଭଙ୍ଗା ଘଟଣାରେ ଗିରଫ ହୋଇ ଜେଲରେ ଯାଇଥିଲେ । ପରେ ପ୍ରଶାନ୍ତଙ୍କୁ ତିନିଦିନିଆ ଅନ୍ତରୀଣ ଜାମିନ ମିଳିବା ପରେ ସେ ଖୋର୍ଦ୍ଧା ଜେଲରୁ ବାହାରିଥିଲେ । ଖୋର୍ଦ୍ଧାବାସୀ ତାଙ୍କୁ ବିଧାୟକ ଭାବେ ନିର୍ବାଚିତ କରିଥିବାରୁ ସେମାନଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଥିଲେ । ସେଦିନ ପ୍ରଶାନ୍ତଙ୍କର ହଜାର ହଜାର ସମର୍ଥକ ଖୋର୍ଦ୍ଧା ଜେଲ ଆଗରେ ଉପସ୍ଥିତ ରହି ତାଙ୍କୁ ସ୍ୱାଗତ କରିବା ସହ ସହର ପରିକ୍ରମା କରାଇଥିଲେ । ଏହି ଅବସରରେ ତାଙ୍କ ଗିରଫଦାରୀ ଏକ ଚକ୍ରାନ୍ତ କହିବା ସହ ନ୍ୟାୟାଳୟ ଉପରେ ତାଙ୍କର ଭରଷା ଅଛି ବୋଲି କହିଥିଲେ ।

ଏଥିସହ ଖୋର୍ଦ୍ଧା ମାନଚିତ୍ରରେ ଏକ ବ୍ୟାପକ ପରିବର୍ତ୍ତନ କରି ଖୋର୍ଦ୍ଧାର ବିକାଶ ଶିଖର ଛୁଇଁବ ବୋଲି କହିଥିଲେ ପ୍ରଶାନ୍ତ ।  ମେ’ ୨୫ ଅର୍ଥାତ ଭୋଟିଂ ଦିନ ସେ ବୋଲଗଡ ବ୍ଲକ୍‌ କାଉଁରିପାଟଣା ୧୧୪ ନମ୍ୱର ବୁଥ୍‌କୁ ଭୋଟ୍‌ ଦେବା ପାଇଁ ଯାଇଥିଲେ । ସେଠାରେ ସେ ଇଭିଏମ୍‌ ଭଙ୍ଗିଥିବା ଅଭିଯୋଗ ହୋଇଥିଲା । ବୁଥ୍‌ର ପ୍ରିଜାଇଡିଂ ଅଫିସରଙ୍କ ଅଭିଯୋଗ କ୍ରମେ ଗତ ମେ’ ୨୫ ତାରିଖ ବିଳମ୍ବିତ ରାତିରେ ପୋଲିସ୍‌ ତାଙ୍କୁ ଗିରଫ କରିଥିଲା । ଗିରଫ ପରେ ପୋଲିସ୍‌ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । କୋର୍ଟରେ ହାଜର କରାଯିବା ପରେ ତାଙ୍କୁ ଖୋର୍ଦ୍ଧା ଜେଲ୍‌କୁ ପଠାଇ ଦିଆଯାଇଥିଲା।

Leave A Reply

Your email address will not be published.