ନବୀନ ନିବାସରେ ନବୀନ ପ୍ରଭାତ ଉଚ୍ଚବାଚ

0

ଓଡ଼ିଆ ନ୍ୟୁଜ୍: ପ୍ରଭାତ ବିଶ୍ଵାଳ ଓ ସୌଭିକ ବିଶ୍ଵାଳଙ୍କ ନବୀନ ନିବାସରେ ହଙ୍ଗାମା।ସଂତୃପ୍ତଙ୍କ ପ୍ରାର୍ଥୀତ୍ୱକୁ ବିରୋଧ କରି ହଙ୍ଗାମା କଲେ। ଯାହାଙ୍କୁ ଦିଆଯାଇଛି ସେ ଦଳ ପାଇଁ କିଛି କରିନାହାଁନ୍ତି କହିଲେ।ନବୀନଙ୍କ ସହ ଏହାକୁ ନେଇ ପ୍ରଭାତଙ୍କ ଉଚ୍ଚବାଚ ସୂଚନା।୪ ହଜାର କୋଟି ଯିଏ ନେଇ ଯାଇଛି ତାକୁ ଦିଆଗଲା ଟିକେଟ୍‌।୪ ହଜାର କୋଟି କିଏ ନେଇଛି ଆପଣମାନେ ଖୋଜନ୍ତୁ କହିଲେ। ଦଳ ମୋର ବହୁ କ୍ଷତି କରିଛି, ମୁଁ କିନ୍ତୁ ଦଳର କ୍ଷତି କରି ନାହିଁ।ପାଣ୍ଡିଆନ୍ ଓ ସୁଜାତା ଦଳ ପାଇଁ କରିଛନ୍ତି- ପ୍ରଭାତ ବିଶ୍ବାଳ।ନବୀନ ବାବୁ ଆଲୋଚନା କରନ୍ତୁ ବୋଲି ଲିଖିତ ଆକାରରେ ଜଣାଇବି।ଯଦି ଆଲୋଚନା ନ କରିବେ ତେବେ ଦଳଠାରୁ ଦୁରେଇ ଯିବି।

ବିଜେଡିର ରାଜ୍ୟସଭା ପ୍ରାର୍ଥୀ ଘୋଷଣା ପରେ ତୀବ୍ର ଅସନ୍ତୋଷ।ରୋଷ ଝାଡ଼ିଲେ ବରିଷ୍ଠ ନେତା ପ୍ରଭାତ ବିଶ୍ବାଳ। ଯିଏ ଦଳ ପାଇଁ କାର୍ଯ୍ୟ କରିଛନ୍ତି, ପ୍ରାର୍ଥୀ ହେଲେ ଭଲ ହୋଇଥାନ୍ତା। ଏହା ଏକପାଖିଆ ନିଷ୍ପତ୍ତି କହି ବର୍ଷିଲେ ପ୍ରଭାତ ବିଶ୍ବାଳ।ସମସ୍ତେ ବସି ନିଷ୍ପତ୍ତି ନେଇ ନାହାନ୍ତି। ଦଳର ୪ ହଜାର କୋଟି ହଡ଼ପ କଥା ଉଠାଇଲେ।ଦଳ ପାଇଁ ମୁଁ ସବୁ ତ୍ୟାଗ ସ୍ବୀକାର କରିଛି।

Leave A Reply

Your email address will not be published.