ମୁଁ କ’ଣ ଲୋକେ ଜାଣନ୍ତି, ଦେବାଶିଷ ବାବୁଙ୍କୁ ବି ଜାଣନ୍ତି: ପ୍ରଭାତ

0

ଓଡ଼ିଆ ନ୍ୟୁଜ୍: ବଢୁଛି ପ୍ରଭାତ-ଦେବାଶିଷ କଳି । ଚାଲିଲା କାଦୁଆ ପିଙ୍ଗା ରାଜନୀତି। ଗଣମାଧ୍ୟମ ସାମ୍ନାରେ ହେଲେ ତୁ ତୁ ମେ ମେ। କଟକର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ବାଳ ବିଜେଡ଼ିରୁ ବହିଷ୍କାର ହେବା ପରେ ବିଷ ଓଗାଳିଥିଲେ ଦେବଶିଷ ସାମନ୍ତରାୟ। ଏବେ ପ୍ରେସମିଟ୍ କରି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କ ଉପରେ ବର୍ଷିଛନ୍ତି ପ୍ରଭାତ ରଞ୍ଜନ ବିଶ୍ୱାଳ।

ପ୍ରଭାତ କହିଛନ୍ତି ଯେ, ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କ ଚରିତ୍ର ସମସ୍ତେ ଜାଣନ୍ତି। ‘ମଦୁଆ, ଗୁଣ୍ଡା, ଚରିତ୍ରହୀନ’ ବ୍ୟକ୍ତି ହେଲେ ଦେବାଶିଷ ସାମନ୍ତରାୟ । ସେ ସ୍ଵାଧୀନ ଭାବେ କର୍ପୋରେଟର ହୋଇ ନିର୍ବାଚନ ଲଢନ୍ତି । ବିଜେଡିକୁ ଠିକା ସଂସ୍ଥା ଭାବେ ବ୍ୟବହାର କରି କାର୍ଯ୍ୟ କରୁଛନ୍ତି । AT ଚିଟଫଣ୍ଡ୍ ଠକେଇରେ ଦେବାଶିଷଙ୍କ ସଂପୃକ୍ତି ରହିଥିଲା । କଟକ ସହରରେ ସଫେଇ କାର୍ଯ୍ୟ ପାଇଁ କୋଟି କୋଟି ଟଙ୍କା ହଡ଼ପ କରିଛନ୍ତି। ଦେବାଶିଷ ସାମନ୍ତରାୟଙ୍କ ବିରୋଧରେ ପ୍ରମାଣ ଦେଖାଇ ତାଙ୍କର ପୋଲ୍ ଖୋଲିଲେ ପ୍ରଭାତ ବିଶ୍ବାଳ।

ଦେବାଶିଷଙ୍କୁ ଟାର୍ଗେଟ୍ କରି ପ୍ରଭାତ ଆହୁରି କହିଛନ୍ତି, ବିଜେଡିରେ ନବୀନ ପଟ୍ଟନାୟକ କିଛି ନିଷ୍ପତ୍ତି ନିଅନ୍ତି ନାହିଁ। ମୋର ରାଜନୈତିକ କ୍ୟାରିଅର ନଷ୍ଟ କରିବାକୁ ଉଦ୍ୟମ କରିଥିଲେ । ଯେତେ ଚକ୍ରାନ୍ତ କଲେ ବି ମତେ ଜେଲ୍ ପଠେଇ ପାରିଲେ ନାହିଁ । ପ୍ରଭାତ ବିଶ୍ବାଳଙ୍କ ଘରେ ସିବିଆଇ ରେଡ୍ କଲା, କିଛି ପାଇଲା ନାହିଁ। ନୀତିକୁ ବନ୍ଧା ପକେଇ କେବେ କିଛି କାମ କରିନାହିଁ । ମଦୁଆଙ୍କ ଶେଷ ସୀମା ହେଲେ ଦେବାଶିଷ ସାମନ୍ତରାୟ । ବେପାର କରିବା ପାଇଁ ବିଜେଡି ସହ ଅଛନ୍ତି ଦେବାଶିଷ । ଲୋକଙ୍କ ସହ କେବେ ଦିନଟିଏ ବି ଆସି ନାହାଁନ୍ତି ।

Leave A Reply

Your email address will not be published.