ମହିଳା ସଂରକ୍ଷଣ ନୂଆ ଦିଗ ଦେବ: ପ୍ରଭାତୀ ପରିଡ଼ା

0

ଓଡ଼ିଆ ନ୍ୟୁଜ୍: ୩୩% ମହିଳା ସଂରକ୍ଷଣ ବିଲ୍ ପ୍ରସଙ୍ଗରେ ପ୍ରଭାତୀ ପରିଡ଼ାଙ୍କ ପ୍ରେସମିଟ୍‌।’୩୩% ମହିଳା ସଂରକ୍ଷଣ ଦେଶକୁ ଏକ ନୂଆ ଦିଗ ଦେବ’।’ସଂରକ୍ଷଣ ବ୍ୟବସ୍ଥା ମହିଳାଙ୍କ ସ୍ବରକୁ ଆହୁରି ଶାଣିତ କରିବ’। ‘ପୂର୍ବ ଅପେକ୍ଷା ମହିଳା ଅଧିକ ସଶକ୍ତ ହୋଇଛନ୍ତି’। ପୂର୍ବ ଅପେକ୍ଷା ମହିଳା ଅଧିକ ସଶକ୍ତ ହୋଇଛନ୍ତି’।’ସ୍ବୟଂ ସହାୟକ ଗୋଷ୍ଠୀରୁ ଲକ୍ଷପତି ଦିଦି ହୋଇଛନ୍ତି’।’ପୁରୁଷଙ୍କଠାରୁ ମହିଳା ଭୋଟରଙ୍କ ପ୍ରତିଶତ ବି ଅଧିକ ରହିଛି’।’ଦାୟିତ୍ବ ନେବା ପରଠୁ ମହିଳାଙ୍କ ବିକାଶ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ମୋଦି’।

ସଂସଦରେ ଚଳିତ ମାସ ୧୬ ରୁ ୧୮ ଐତିହାସିକ ଆଲୋଚନା ଏବଂ ଏହାର ପୂର୍ବଦିନ ଗୁଡ଼ିକରେ ଓଡ଼ିଶାର ମାତୃଶକ୍ତି ଏହି ଐତିହାସିକ ଦିନଗୁଡ଼ିକୁ ଉତ୍ସବ ରୂପରେ ପାଳନ କରିବାକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଆହ୍ବାନ କରିଛନ୍ତି । ଘରେ ବସି ୯୬୬୭୧୭୩୩୩୩ ନମ୍ବରରେ ମିସ୍ କଲ୍ ମାଧ୍ୟମରେ ଏହି ଅଧିନିୟମକୁ ସମର୍ଥନ ରାଲି, ଶୋଭାଯାତ୍ରା ଓ ସଭା ମାଧ୍ୟମରେ ନାରୀଶକ୍ତିର ବିଜୟର ଏହି ମହାନ ଦିନଗୁଡ଼ିକୁ ଆହୁରି ସ୍ମରଣୀୟ କରିବାକୁ ଆହ୍ୱାନ ଜଣାଇଛନ୍ତି । ରାଜ୍ୟର ମାତୃଶକ୍ତି ସମାଜିକ ଗଣମାଧ୍ୟମରେ ନିଜ ସମର୍ଥନ ଜାହିର କରି ନିଜେ ମହିଳା ହେବାର ଗର୍ବକୁ ଆହୁରି ସଗର୍ବେ ପରିପ୍ରକାଶ କରିବାକୁ ଆହ୍ୱାନ ଜଣାଇଛନ୍ତି ।

୩୩ ପ୍ରତିଶତ ମହିଳା ସଂରକ୍ଷଣର କ୍ରିୟାନ୍ବୟନ ନିର୍ଣ୍ଣୟ ପ୍ରକ୍ରିୟାରୁ ଦୂରରେ ଥ‌ିବା ଜନସଂଖ୍ୟାର ୫୦ ପ୍ରତିଶତ ମହିଳାଙ୍କୁ ନୀତିର ହିତାଧିକାରୀରୁ ନୀତିର ନିର୍ମାତା ହେବାର ପଥ ପ୍ରଶସ୍ତ କରିବ ବୋଲି ଉପମୁଖ୍ୟମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.