ଉପରାଷ୍ଟ୍ରପତିଙ୍କୁ ଅପମାନିତ କରାଯିବାକୁ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉଦବେଗ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ସଂସଦ ପରିସରରେ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନକରଙ୍କ ମିମିକ୍ରି କରାଯିବା ଘଟଣାକୁ ନେଇ ଉଦବେଗ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସୋସିଆଲ୍ ମିଡିଆ ଏକ୍ସରେ ରାଷ୍ଟ୍ରପତି ଲେଖିଛନ୍ତି, ଯେଭଳି ଭାବରେ ସଂସଦ ଭବନ ପରିସରରେ ଉପରାଷ୍ଟ୍ରପତିଙ୍କୁ ଅପମାନିତ କରାଗଲା ତାହା ଦେଖି ସେ ନିରାଶ ହୋଇଛନ୍ତି ।

ରାଷ୍ଟ୍ରପତି ଲେଖିଛନ୍ତି ଯେ ନିର୍ବାଚିତ ପ୍ରତିନିଧିମାନଙ୍କୁ ନିଜର ଅଭିବ୍ୟକ୍ତି ନିମନ୍ତେ ସ୍ୱତନ୍ତ୍ର ହେବା ଦରକାର, ତେବେ ସେମାନଙ୍କ ଅଭିବ୍ୟକ୍ତି ଗାରିମା ଓ ଶିଷ୍ଟାଚାରର ମାନଦଣ୍ଡ ମଧ୍ୟରେ ରହିବା ଦରକାର। ଏହା ସଂସଦୀୟ ପରମ୍ପରା ଓ ଯାହାକୁ ନେଇ ଆମେ ଗର୍ବିତ ଏବଂ ଭାରତୀୟ ଲୋକେ ଏହାକୁ କାୟମ ରଖିବାକୁ ଆଶା ରଖନ୍ତି । ଉଲ୍ଲେଖଯୋଗ୍ୟ ଯେ ମଙ୍ଗଳବାର ସଂସଦ ବାହାରେ ମକରଦ୍ୱାର ନିକଟରେ ବିରୋଧୀ ଦଳ ସାଂସଦମାନେ ଏକଜୁଟ ହୋଇ ଧାରଣା ପ୍ରଦର୍ଶନ କରୁଥିବା ବେଳେ ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ କଲ୍ୟାଣ ବାନାର୍ଜୀ ରାଜ୍ୟସଭା ଅଧ୍ୟକ୍ଷ ଜଗଦ୍ଦୀପ ଧନଖଡଙ୍କ ହାଭଭାବର ମିମିକ୍ରି କରିଥିଲେ ଓ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଏହାର ଭିଡିଓ କରୁଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀଙ୍କ ମିମିକ୍ରିକୁ ନିନ୍ଦା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି, ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ସହ ଫୋନରେ କଥା ହୋଇ, ଟିଏମସି ସାଂସଦଙ୍କ ଆଚରଣକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ସଂସଦ କମ୍ପ୍ଲେକ୍ସରେ କିଛି ସାଂସଦଙ୍କ “ଅବଜେକ୍ଟ ଥିଏଟର” ଉପରେ ପ୍ରଧାନମନ୍ତ୍ରୀଙ୍କୁ ଯନ୍ତ୍ରଣା ଦେଇଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଟେଲିଫୋନ ବାର୍ତ୍ତାଳାପ ସଂପର୍କରେ ସୂଚନା ଦେଇଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ଧନଖଡ଼ ।

ରାଜ୍ୟସଭା ଅଧ୍ୟକ୍ଷ ଧନଖଡ଼, ଟିଏମସି ସାଂସଦଙ୍କ ଏଭଳି ଆଚରଣକୁ ଲଜ୍ଜାଜନକ ବୋଲି କହିଛନ୍ତି । ଟିଏମସି ସାଂସଦଙ୍କ ଅପମାନଜନକ ଆଚରଣ ସତ୍ତ୍ହେ ମୋତେ ମୋ ପଥ ବଦଳାଦେବ ନାହିଁ ବୋଲି କହିଛନ୍ତି ଧନଖଡ଼ । ଗତକାଲି ମଧ୍ୟ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ରଖିଥିଲେ ରାଜ୍ୟସଭା ଅଧ୍ୟକ୍ଷ । ସେ କହିଥିଲେ ଯେ, ଏହା ଗଣତନ୍ତ୍ର ପ୍ରକ୍ରିୟାରେ ଦୁର୍ଭାଗ୍ୟଜନକ ଘଟଣା ।

Leave A Reply

Your email address will not be published.