ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁଳିକରି ହତ୍ୟା । ବୁଧବାର ସନ୍ଧ୍ୟା ବେଳେ କ୍ବିଟୋରେ ନିର୍ବାଚନ ପ୍ରଚାର ରାଲି ଶେଷ କରିବା ପରେ ଏକ୍ବାଡର୍ର ରାଷ୍ଟ୍ରପତି ପ୍ରାର୍ଥୀ ଫର୍ଣ୍ଣାଣ୍ଡୋ ବିୟାହ୍ବିସେନ୍ସିଓଙ୍କୁ ଗୁଳି ମାରି ହତ୍ୟା କରାଯାଇଥିବା କଥା ପଦସ୍ଥ ସରକାରୀ ଅଧିକାରୀମାନେ କହିଛନ୍ତି। ବିୟାହବିସେନସିଓଙ୍କ ମୃତ୍ୟୁ ଖବରକୁ ସୁନିଶ୍ଚିତ କରି ଏକ୍ବାଡର୍ର ରାଷ୍ଟ୍ରପତି ଗିଏଲ୍ର୍ମୋ ଲାସୋ ଟୁଇଟର୍ରେ ଜାରି କରିଥିବା ବିବୃତିରେ ପ୍ରତିଶ୍ରୁତି ଦେଇଛନ୍ତି ଯେ, ଏ ଅପରାଧ ପାଇଁ ନିଶ୍ଚିତ ଦଣ୍ଡବିଧାନ କରାଯିବ।
ଏକ ଆଞ୍ଚଳିକ ଗଣମାଧ୍ୟମ ରିପୋର୍ଟ କରିଛି ଯେ, ଗୃହମନ୍ତ୍ରୀ ଜୁଆନ ଜାପାଟା କହିଛନ୍ତି, ରାଲି ଶେଷ ହେବା ପରେ ବିୟାହ୍ବିସେନ୍ସିଓଙ୍କୁ ଗୁଳି ମାରି ହତ୍ୟା କରାଯାଇଛି। ୫୯ ବର୍ଷିୟ ରାଜନୀତିଜ୍ଞ ବିୟାହ୍ବିସେନ୍ସିଓ ଥିଲେ ଅଗଷ୍ଟ ୨୦ ତାରିଖ ଦିନ ହେବାକୁ ଥିବା ପ୍ରଥମ ପର୍ୟ୍ୟାୟ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ୮ଜଣ ପ୍ରାର୍ଥୀଙ୍କ ମଧ୍ୟରେ ଅନ୍ୟତମ।