କରଞ୍ଜିଆ ଥାନ କାର୍ଯ୍ୟାଳୟ ଠାରେ ନୂତନ ଅପରାଧିକ ଆଇନ୍ କାର୍ଯ୍ୟକାରୀତା ସମ୍ବନ୍ଧରେ ସାମ୍ବାଦିକ ସମ୍ମିଳନୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ନୂତନ ଅପରାଧିକ ଆଇନ୍ କାର୍ଯ୍ୟକାରୀତା ସମ୍ବନ୍ଧରେ ଆଜି କରଞ୍ଜିଆ ଥାନା କାର୍ଯ୍ୟାଳୟ ଠାରେ କରଞ୍ଜିଆ ଥାନା ଭାରପ୍ରାପ୍ତ ଅଧିକାରୀ ନିରୋଦ କୁମାର ମଲ୍ଲିକଙ୍କ ସଭାପତିତ୍ବରେ ସାମ୍ବାଦିକ ସମ୍ମିଳନୀ ଜରିଆରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଏହି କାର୍ଯ୍ୟକ୍ରମର ନିମନ୍ତ୍ରିତ ଅତିଥି ଭାବେ କରଞ୍ଜିଆ ଓକିଲ ସଂଘ ସଭାପତି ବାଞ୍ଛାନିଧି ପୃଷ୍ଟି ସମ୍ପାଦକ ଦିବ୍ୟ ପ୍ରସାଦ ସାହୁ ଯୋଗଦାନ କରି ନୂତନ ସଂଶୋଧିତ ଭାରତୀୟ ପିଙ୍ଗଳ କୋଡ଼, ଫୌଜଦାରୀ ଆଇନ ଓ ସାକ୍ଷୀ ଆଇନର କେନ୍ଦ୍ର ସରକାରଙ୍କ ଦ୍ଵାରା ନବୀକରଣ ଓ ସଂଶୋଧିତ ଭାରତୀୟ ନ୍ୟାୟ ସଂହିତା ୨୦୨୩, ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩ ଓ ଭାରତୀୟ ସାକ୍ଷ୍ୟ ସଂହିତା ଅଧିନିୟମ ୨୦୨୩ ଆଜି ଠାରୁ ପ୍ରଣୋଦିତ କରି କ’ଣ କ’ଣ ସଂଶୋଧନ ଓ ନବୀକରଣ ହୋଇଛି ସେବିଷୟରେ ଆଲୋକପାତ କରିଥିଲେ।

ସମସ୍ତ ଜନସାଧାରଣ କେବଳ ପୋଲିସ ପ୍ରଶାସନ ବା କୋର୍ଟ ଉପରେ ନିର୍ଭର ନକରି ଏହି ଆଇନ ସମ୍ବନ୍ଧରେ ଉଣା ଅଧିକ ଜାଣିବା ଆବଶ୍ୟକ ବୋଲି ଉଭୟ ପ୍ରକାଶ କରିଥିଲେ। ପରିଶେଷରେ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ମଲ୍ଲିକ ଜନସାଧାରଣ ଙ୍କୁ ନୂତନ ସଂଶୋଧିତ ଆଇନ୍ ସମ୍ପର୍କରେ ଅବଗତ କରିବା ପାଇଁ ସାମ୍ବାଦିକ ମାନଙ୍କ ସହଯୋଗ ଲୋଡ଼ିଥିଲେ ଏବଂ ପରିଶେଷରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ସାମ୍ବାଦିକ, ଥାନା କର୍ମଚାରୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.