ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସମ୍ମାନଜନକ ଏକଲବ୍ୟ କ୍ରୀଡା ପୁରସ୍କାର ବୁଧବାର ପ୍ରଦାନ କରାଯାଇଛି। ଟେନିସ ଖେଳାଳି ଦେବାଶିଷ ସାହୁଙ୍କୁ ଏକଲବ୍ୟ ପୁରସ୍କାର ପ୍ରଦାନ କରାଯାଇଛି। ପୁରସ୍କାର ସ୍ୱରୂପ ତାଙ୍କୁ ୫ ଲକ୍ଷ ଟଙ୍କା, ଟ୍ରଫି ଏବଂ ମାନପତ୍ର ପ୍ରଦାନ କରାଯାଇଛି।
କେଟ ତାରକା ତଥା ୧୯୮୩ ବିଶ୍ୱ ବିଜେତା ଦଳର ଅନ୍ୟତମ ଖେଳାଳି ମଦନ ଲାଲ ମୁଖ୍ୟ ଅତିଥି ଓ ପୂର୍ବତନ ରଣଜୀ ଖେଳାଳି ତଥା NCA କୋଚ ପ୍ରୱନ ଅଗ୍ରୱାଲ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଇମ୍ପାକ୍ଟର ଟ୍ରଷ୍ଟି ତଥା ଚେୟାରମ୍ୟାନ ବୈଜୟନ୍ତ ପଣ୍ଡା ବିଚାରକ ମଣ୍ଡଳୀର ଅନ୍ୟାନ୍ୟ ସଦସ୍ୟ ମାନଙ୍କ ସହ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।
ଭାରତର ପ୍ରମୁଖ ଫେରୋ ଆଲଏଜ୍ ଉତ୍ପାଦନକାରୀ କଂପାନି ଇମ୍ଫା ଦ୍ୱାରା ପରିଚାଳିତ ଇଣ୍ଡିଆନ ମେଟାଲ୍ସ ପବ୍ଲିକ ଚାରିଟେବଲ ଟ୍ରଷ୍ଟ ଇମ୍ପାକ୍ଟ ଦ୍ୱାରା ୧୯୯୩ ମସିହାରେ ଏକଲବ୍ୟ ପୁରସ୍କାର ପ୍ରତିଷ୍ଠା କରାଯାଇଥିଲା । ଜାତୀୟ ସ୍ତରର ବହୁ ପୁରସ୍କାର ସମାନ୍ତରାଳରେ ଏବେ ଏହା ଓଡ଼ିଶାର ସବୁଠୁ ମର୍ଯ୍ୟାଦାଜନକ କ୍ରୀଡ଼ା ସମ୍ମାନ ଭାବେ ବିବେଚିତ ହେଉଛି।ଭାରୋତ୍ତୋଳନକାରୀ ଜ୍ୟୋସ୍ନା ଶବର ମାନପତ୍ର ଓ ୫୦ ହଜାର ଟଙ୍କା ପାଇଛନ୍ତି। ସମାରୋହରେ ମୁଖ୍ୟ ଅତିଥି ପ୍ରଖ୍ୟାତ କ୍ରିକେଟର ମଦନ ଲାଲ୍ ଯୋଗ ଦେଇଥିଲେ। ‘ଇମ୍ପାକ୍ଟ’ ପକ୍ଷରୁ ସମ୍ମାନଜନକ ଏକଲବ୍ୟ ପୁରସ୍କାର ପ୍ରଦାନ କରାଯାଉଛି।