ସେମିକନ୍ ଇଣ୍ଡିଆ-୨୦୨୪କୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଗ୍ରେଟର ନୋଏଡାରେ ସେମିକଣ୍ଡକ୍ଟର ଇଣ୍ଡଷ୍ଟ୍ରିଜ ମହାକୁମ୍ଭ ଆରମ୍ଭ ହୋଇଛି। ଇଣ୍ଡିଆ ଏକ୍ସପୋ ମାର୍ଟରେ ଆୟୋଜିତ ତିନି ଦିନିଆ ସେମିକନ୍‌‌ ଇଣ୍ଡିଆ-୨୦୨୪କୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। କାର୍ଯ୍ୟକ୍ରମ ଅବସରରେ ପୁଞ୍ଜିପତିମାନଙ୍କ ସହିତ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଇଟି ପର୍ଯ୍ୟାୟରେ ଆଲୋଚନା କରିବେ। ସେମିକଣ୍ଡକ୍ଟର ଡିଜାଇନ୍, ଉତ୍ପାଦନ ଏବଂ ପ୍ରଯୁକ୍ତିବିଦ୍ୟା ବିକାଶ ପାଇଁ ଭାରତକୁ ବିଶ୍ୱସ୍ତରୀୟ ହବରେ ପରିଣତ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ରହିଛି।

ଚଳିତ ବର୍ଷର ବିଷୟବସ୍ତୁ ‘ସାପିଂ ଦ ସେମିକଣ୍ଡକ୍ଟର୍ ଫ୍ୟୁଚର୍ ’କୁ ନେଇ ସେପ୍ଟେମ୍ବର ୧୩ ଯାଏ ତିନି ଦିନିଆ ସମ୍ମିଳନୀ ଆୟୋଜିତ ହେବ । ଏଥିରେ ବିଶ୍ୱସ୍ତରୀୟ ସେମିକଣ୍ଡକ୍ଟରର ପ୍ରମୁଖ ନେତୃତ୍ୱ ଯୋଗଦେବା ସହ ବିଶ୍ୱସ୍ତରୀୟ ନେତା, କମ୍ପାନୀ ଏବଂ ସେମିକଣ୍ଡକ୍ଟର ଶିଳ୍ପର ବିଶେଷଜ୍ଞମାନେ ଯୋଗଦେବେ । ଏହି ତିନି ଦିିନିଆ ସେମିକନରେ ୧୭ଟି ଦେଶର ୨୫୫ ପ୍ରତିନିଧି ଭାଗ ନେଇଛନ୍ତି। ଭାରତ ସମେତ ଆମେରିକା, ଜାପାନ ଏବଂ ସାଉଥକୋରିଆ ଭଳି ପ୍ରମୁଖ ଦେଶର ପୁଞ୍ଜିପତି ଏଥିରେ ସାମିଲ ହେବାକୁ ପହଞ୍ଚିଛନ୍ତି।

ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ସକାଳ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଚାଲିବ। ବିଶ୍ୱର ବହୁ ପ୍ରମୁଖ ରାଷ୍ଟ୍ରର ସେମିକଣ୍ଡକ୍ଟର କମ୍ପାନୀ ନିଜର ଷ୍ଟଲ ପକାଇଛନ୍ତି। ଆନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଲାର୍ସେନ ଆଣ୍ଡ ଟର୍ବୋ କମ୍ପାନୀ ଭାରତରେ ସେମିକଣ୍ଡକ୍ଟର ଉତ୍ପାଦନ ଲାଗି ୨୫ଶହ କୋଟି ଟଙ୍କାରୁ ଅଧିକ ପୁଞ୍ଜି ବିନିଯୋଗ କରିବ। ସେମିକଣ୍ଡକ୍ଟର ଉତ୍ପାଦନରେ ଭାରତ କିପରି ବିଶ୍ୱ ହବ୍‌‌ ପାଲଟିବ ସେନେଇ ପୁରା ରଣନୀତି ପ୍ରସ୍ତୁତ କରାଯିବ।

Comments are closed.