ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗୁଜୁରାଟ ଗସ୍ତ । ଆଜିଠାରୁ ଦୁଇ ଦିନିଆ ଗୁଜୁରାଟ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ । ରାଜକୋଟରେ ଆନ୍ତର୍ଜାତୀୟ ବିମାନବନ୍ଦରର ଉଦ୍ଘାଟନ କରବା ସହ ୮୬୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପ ଭେଟି ଦେବେ ପ୍ରଧାନମନ୍ତ୍ରୀ । ଅପରାହ୍ନରେ ରାଜକୋଟ ପହଞ୍ଚି ବିମାନବନ୍ଦର ବୁଲି ଦେଖିବେ ।
ଏହା ପରେ ପ୍ରଧାନମନ୍ତ୍ରୀ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିବେ । ସେହିଭଳି ୨୮ ଜୁଲାଇରେ ପ୍ରଧାନମନ୍ତ୍ରୀ ଗାନ୍ଧିନଗରର ମହାତ୍ମା ମଣ୍ଡପରେ ସେମିକନ୍ ଇଣ୍ଡିଆ ୨୦୨୩କୁ ଉଦ୍ଘାଟନ କରିବେ । ଏହି ଅବସରରେ ଏକ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ।