ପୁଣି ଲୋକପ୍ରିୟତା ଶୀର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପଛରେ ପଡିଲେ ବଡ ବଡ ନେତା

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସାରା ବଶ୍ୱରେ ସେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ପୂରା ବିଶ୍ୱରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ସବୁଠାରୁ ଲୋକପ୍ରିୟ ନେତା ହେବାର ରେକର୍ଡ କରିଛନ୍ତି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ପଛରେ ପକାଇ ମୋଦି ୧ନଂ ସ୍ଥାନରେ ପୂର୍ବଭଳି ରହିଛନ୍ତି । ବିଶ୍ୱସ୍ତରୀୟ ନେତାଙ୍କ ଲୋକପ୍ରିୟତାକୁ ଟ୍ରାକ କରୁଥିବା ଆମେରିକୀୟ ସଂସ୍ଥା ମର୍ଣ୍ଣିଂ କନସଲ୍ଟ ଏପରି ରିପୋର୍ଟ ଦେଇଛି । ପୂର୍ବରୁ ମଧ୍ୟ ସଂସ୍ଥା ଦେଇଥିବା ରିପୋର୍ଟରେ ମୋଦି ହିଁ ୧ନଂ ସ୍ଥାନରେ ରହିଥିଲେ । ମର୍ଣ୍ଣିଂ କନସଲ୍ଟର ରିପୋର୍ଟକୁ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ ଶେୟାର କରିଛନ୍ତି । ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ସବୁଠାରୁ ପ୍ରିୟ ଓ ପ୍ରଂଶନୀୟ ନେତା ହେବାର ଆଖ୍ୟା ପାଇଛନ୍ତି । ଏହି ରିପୋର୍ଟରେ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆପ୍ରୁଭାଲ ରେଟିଂ ପଏଣ୍ଟ୭୬% ରହିଛି । ସେହିପରି ତାଲିକାର ଦ୍ୱିତୀୟ ସ୍ଥାନରେ ମେକ୍ସିକୋ ରାଷ୍ଟ୍ରପତି ଆଣ୍ଡ୍‌ରେସ ମାନ୍ୟୁଏଲ ଲୋପେଜ ଓବ୍ରାଡୋର ଅଛନ୍ତି । ତାଙ୍କ ରେଟିଂ ପଏଣ୍ଟ ୬୧% ରହିଛି । ମାର୍ଚ୍ଚ ୨୨ରୁ ୨୮ ତାରିଖ ମଧ୍ୟରେ ସଂଗ୍ରହ କରାଯାଇଥିବା ତଥ୍ୟକୁ ଆଧାର କରି ରିପୋର୍ଟ ପ୍ରକାଶ କରାଯାଇଥିବା ସଂସ୍ଥା କହିଛି । ତାଲିକାରେ ମୋଟ ୨୨ ଜଣ ନେତା ରହିଛନ୍ତି ।

ଶେଷ ରାଜନେତା ଜଣଙ୍କ ହେଲେ ଦକ୍ଷିଣ କୋରିଆର ରାଷ୍ଟ୍ରପତି ୟୋନ ସୁକ ୟେଓଲ । ତାଙ୍କ ଆପ୍ରୁଭାଲ ରେଟିଂ ୧୯% ରହିଛି । ତୃତୀୟ ସ୍ଥାନରେ ଅଷ୍‌ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍‌ଥୋନୀ ଆଲବାନେସେ, ୪ର୍ଥରେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଓ ୫ମ ସ୍ୱିଜରଲ୍ୟାଣ୍ଡର ରାଷ୍ଟ୍ରପତି ଆଲାଇନ ବ୍ରେସେଟ ରହିଛନ୍ତି । ବ୍ରାଜିଲର ଲୁଲା ଡା ସିଲିଭା ୬ଷ୍ଠ ସ୍ଥାନରେ, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୪୧% ରେଟିଂ ପଏଣ୍ଟ ସହ ୭ମ ସ୍ଥାନରେ ଏବଂ ବ୍ରିଟେନ ପ୍ରଧାନମନ୍ତ୍ରୀ ସୁନକ ୩୪% ରେଟିଂ ପଏଣ୍ଟ ସହ ୧୩ନଂ ସ୍ଥାନରେ ଅଛନ୍ତି । ୨୦୨୧ ନଭେମ୍ବର ମାସରେ ମଧ୍ୟ ମୋଦି ଏହି ତାଲିକାରେ ୧ ନଂ ସ୍ଥାନରେ ଥିଲେ । ତାଙ୍କ ରେଟିଂ ପଏଣ୍ଟ ୬୬% ଥିଲା ।

ହେଲେ ଏବେ ତାଙ୍କ ଲୋକପ୍ରିୟତା ୭୬%କୁ ବୃଦ୍ଧି ପାଇଛି । ମର୍ଣ୍ଣିଂ କନସଲ୍ଟ ଅଷ୍‌ଟ୍ରେଲିଆ, ବ୍ରାଜିଲ, କାନାଡା, ଫ୍ରାନ୍ସ, ଜର୍ମାନୀ, ଇଣ୍ଡିଆ, ଇଟାଲୀ, ଜାପାନ, ମେକ୍ସିକୋ, ଦକ୍ଷିଣ କୋରିଆ, ସ୍ପେନ , ବ୍ରିଟେନ ଓ ଆମେରିକା ଭଳି ଦେଶର ନେତାମାନଙ୍କ ଲୋକପ୍ରିୟତାକୁ ଟ୍ରାକ କରି ରିପୋର୍ଟ ପ୍ରକାଶ କରିଛି । ସମାନ ସଂସ୍ଥା ୨୦୨୦ ମେ’ ମାସରେ ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା ୮୪%ରେ ପହଞ୍ଚିଥିବା କହିଥିଲା । ୨୦୨୧ ମେ’ ମାସରେ ଏହା ୬୩%କୁ ଖସିଥିଲା ।

Leave A Reply

Your email address will not be published.