ଓଡ଼ିଆ ନ୍ୟୁଜ (ବ୍ୟୁରୋ): ଖେଳାଳିଙ୍କୁ ଭେଟିଲେ ମୋଦି। ଦେଶ ପାଇଁ ଖେଳିଥିବା ଖେଳାଳୀ ମାନଙ୍କ ସହ ମିଶିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାଗ ନେଇଥିବା ଖେଳାଳିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ନୂଆଦିଲ୍ଲୀ ସ୍ଥିତ ନିଜ ସରକାରୀ ବାସଭବନରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ୱ କରିଥିବା ବିଜେତାମାନଙ୍କୁ ଆପ୍ୟାୟିତ କରୁଛନ୍ତି ପିଏମ୍ । କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ଓ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ନୀତୀଶ ପରମାଣିକ ମଧ୍ୟ ପିଏମଙ୍କ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ।
ବର୍ମିଂହୋମରେ ଶେଷ ହୋଇଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତା-୨୦୨୨ରେ ଭାରତୀୟ ପ୍ରତିଯୋଗୀମାନେ ମୋଟ୍ ୬୧ଟି ପଦକ ହାସଲ କରିଛନ୍ତି । ଯେଉଁଥିରେ ସାମିଲ ଥିଲା ୨୨ଟି ସ୍ୱର୍ଣ୍ଣ, ୧୬ଟି ରୌପ୍ୟ ଓ ୨୩ଟି ବ୍ରୋଞ୍ଜ୍ ପଦକ । ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପ୍ରାୟ ୨୦୦ ଭାରତୀୟ ପ୍ରତିଯୋଗୀ ୧୬ଟି ବିଭିନ୍ନ ବିଭାଗରେ ଅଂଶଗ୍ରହଣ କରିଥିଲେ।