ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଏଥର ବ୍ରିକ୍ସ ଶିଖର ସମ୍ମିଳନୀ ସାଉଥ ଆଫ୍ରିକା ଅଧ୍ୟକ୍ଷତାରେ ହେବାକୁ ଯାଉଛି । ଜୋହାନ୍ସବର୍ଗରେ ଆୟୋଜିତ ହେବାକୁ ଥିବା ଏହି ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଅଂଶଗ୍ରହଣ କରିବେ। ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଅର୍ଥାତ୍ ମଙ୍ଗଳବାର ନୂଆଦିଲ୍ଲୀ ଛାଡିବେ ଏବଂ ସେହି ଦିନ ଗୋଷ୍ଠୀର ବ୍ୟବସାୟ ଫୋରମର ଏକ ବୈଠକରୁ ଏହା ଆରମ୍ଭ ହେବ।
ଏହି ସମ୍ମିଳନୀ ୨୨ରୁ ୨୪ ଅଗଷ୍ଟ ପର୍ୟ୍ୟନ୍ତ ଚାଲିବ। ଏହି ସମ୍ମିଳନୀରେ ଭାରତର ଧ୍ୟାନ ଅନେକ ପ୍ରସଙ୍ଗ ଉପରେ ରହିବ, ଯେଉଁଥିରେ ଅର୍ଥନୈତିକ ଏବଂ ସୁରକ୍ଷା ସ୍ବାର୍ଥ ସର୍ବାଧିକ ହେବ। ଅର୍ଥନୈତିକ ସହଯୋଗ, ଖାଦ୍ୟ ନିରାପତ୍ତା ଏବଂ ବ୍ରିକ୍ସ ବିସ୍ତାର ସହ ଜଡିତ ଆଲୋଚନାରେ ଅଂଶଗ୍ରହଣ କରିବା ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦି ସଦସ୍ୟ ରାଷ୍ଟ୍ରର ପରସ୍ପରର ସୁରକ୍ଷା ସ୍ବାର୍ଥକୁ ସମ୍ମାନ ଦେବା ଏବଂ ଆତଙ୍କବାଦ ବିରୋଧରେ ଏକ ସ୍ବରରେ କହିବା ଆବଶ୍ୟକ ବୋଲି ସେ କହିଛନ୍ତି।