ଯେତେ କଠୋର ପଦକ୍ଷେପ ଆବଶ୍ୟକ ମନ୍ଦିର ପ୍ରଶାସନ ନେଇପାରିବେ: ପୃଥ୍ୱୀରାଜ ହରିଚନ୍ଦନ

0

ଓଡ଼ିଆ ନ୍ୟୁଜ୍: ASI ସୋସିଆଲ ମିଡ଼ିଆ ପେଜରେ ଶ୍ରୀମନ୍ଦିର ଭିତର ଫଟୋ ପୋଷ୍ଟ ହେବା, ମହାପ୍ରସାଦ ଅନଲାଇନରେ ବିକ୍ରି ହେବା ଏବଂ ଚଷମାରେ ହିଡେନ କ୍ୟାମେରା ଲଗାଇ ମନ୍ଦିରକୁ ଯିବା ପ୍ରସଙ୍ଗ । ପ୍ରତିକ୍ରିୟା ରଖିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଏ ବାବଦରେ ଆବଶ୍ୟକୀୟ ପଦକ୍ଷେପ ମନ୍ଦିର ପ୍ରଶାସନ ନେବ ।

ମନ୍ଦିର ପ୍ରଶାସନକୁ ସଂପୂର୍ଣ୍ଣ ସ୍ଵାଧୀନତା ଦିଆଯାଇଛି । ଯେତେ କଠୋର ପଦକ୍ଷେପ ଆବଶ୍ୟକ ମନ୍ଦିର ପ୍ରଶାସନ ନେଇପାରିବେ । ସେଥିପାଇଁ ମନ୍ଦିର ପ୍ରଶାସନକୁ ସରକାରଙ୍କ ତରଫରୁ ସଂପୂର୍ଣ୍ଣ ସ୍ଵାଧୀନତା ଦିଆଯାଇଛି । ଏହାସହ ନୀତିକାନ୍ତି ବିଳମ୍ବ ହେବା ଉପରେ ମଧ୍ୟ ମନ୍ଦିର ପ୍ରଶାସନ ତର୍ଜମା କରୁଛି । ସେ ଦିଗରେ ମଧ୍ୟ ତୁରନ୍ତ ପଦକ୍ଷେପ ନିଆଯିବ ।

Leave A Reply

Your email address will not be published.