ବଡ଼ ମୁଣ୍ଡକୁ ସୁରକ୍ଷା ପାଇଁ CB ତଦନ୍ତ: ପ୍ରୀତିରଂଜନ

0

ଓଡ଼ିଆ ନ୍ୟୁଜ୍: SI ପରୀକ୍ଷା କେଁ; ବାବୁ ସିଂହଙ୍କ ଅଭିଯୋଗ ନେଇ ବିଜେଡିର ପ୍ରତିକ୍ରିୟା।ଯେଉଁ ତଦନ୍ତ ଆରମ୍ଭ ହୋଇଛି ତାହା ସନ୍ଦେହ ଘେରରେ କହିଲେ ପ୍ରୀତି ଘଡ଼ାଇ। ‘ମୁଖ୍ୟ କାର୍ପଟଦାରକୁ ଛାଡ଼ି ଦେବା ପାଇଁ କ୍ରାଇମବ୍ରାଞ୍ଚ ତଦନ୍ତ ପ୍ରକ୍ରିୟା’।‘ପୂର୍ବତନ OPRB ଅଧ୍ୟକ୍ଷ ସନ୍ତୋଷ ଉପାଧ୍ୟାୟ କାହା ଚାପରେ ଇସ୍ତଫା ଦେଲେ’। ବଡ଼ ମୁଣ୍ଡକୁ ସୁରକ୍ଷା ଦେବାକୁ ଏ କ୍ରାଇମବ୍ରାଞ୍ଚ ତଦନ୍ତ- ପ୍ରୀତି ରଂଜନ ଘଡ଼ାଇ। ‘ସିବିଆଇକୁ ତଦନ୍ତ ଭାର ହସ୍ତାନ୍ତର କରାଯାଉ, ସବୁ ଦୋଷୀ ଦଣ୍ଡ ପାଆନ୍ତୁ’।

ମାର୍ଚ୍ଚ ୭ରେ ଏସ୍ଆଇ ପରୀକ୍ଷା ହେବାର ଥିଲା। ତାକୁ ବାତିଲ କାହିଁକି କରାଗଲା। ସେତେବେଳେର ଅଧ୍ୟକ୍ଷ ସନ୍ତୋଷ ଉପାଧ୍ୟାୟ ଇସ୍ତଫା ଦେଇଥିଲେ। ତାଙ୍କ ଉପରେ ଇସ୍ତଫା ଦେବାକୁ କିଏ ଚାପ ପକାଇଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି।  ମୁଖ୍ୟମନ୍ତ୍ରୀ ଚାପ ପକାଇଥାଇ ପାରିଥାନ୍ତି। ଆଇଟିଆଇ ପ୍ରଥମେ ରିଚ୍ ମାଇଣ୍ଡ ସଂସ୍ଥାକୁ ଦେଇଥିଲା। ତାପରେ ରିଚ୍ ମାଇଣ୍ଡକୁ ବାଦ୍ ଦେଇ ସିଲିକନକୁ ଦିଆଯାଇଥିଲା। କାହା ସ୍ଵାର୍ଥରେ ସିଲିକନକୁ ଦିଆଗଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ଜବାବ ରଖନ୍ତୁ। ଦଲାଲଙ୍କୁ ଗିରଫ କରି ସଂଖ୍ୟା ଦେଖାଉଛନ୍ତି ସରକାର କିନ୍ତୁ ମାଷ୍ଟର ମାଇଣ୍ଡକୁ ଧରୁ ନାହାନ୍ତି।

Leave A Reply

Your email address will not be published.