ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଲକ୍ଷ୍ମୀ ବସ୍ ଯୋଜନାକୁ ବିରୋଧ କରି ଆସନ୍ତା ୧୦ରୁ ଘରୋଇ ବସର ସଂଘର ଧର୍ମଘଟ । ଏହି ଯୋଜନାକୁ ବିରୋଧ କରି ସାରା ରାଜ୍ୟରେ ହେବ ବସ୍ ଧର୍ମଘଟ । ଏ ନେଇ ଅଲ୍ ଓଡିଶା ବସ୍ ମାଲିକ ସଂଘ ସାଧାରଣ ପରିଷଦରେ ନିଷ୍ପତ୍ତି ହୋଇଛି । ଅକ୍ଟୋବର ୧୦ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ରାଜ୍ୟବ୍ୟାପୀ ହେବ ଘରୋଇ ବସ୍ ଧର୍ମଘଟ । ଅଲ୍ ଓଡିଶା ବସ୍ ମାଲିକ ସଂଘ ସାଧାରଣ ପରିଷଦରେ ହୋଇଛି ଏହି ନିଷ୍ପତ୍ତି । ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ୍ ଯୋଜନାକୁ ପରିଷଦରେ ତୀବ୍ର ବିରୋଧ କରାଯାଇଥିଲା ।
ସୂଚନାଥାଉକି, ଆସନ୍ତା ୨ ତାରିଖରେ ମାଲକାନଗିରିରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ ହେବ । ତେଣୁ ସେଦିନ କେବଳ ଅବିଭକ୍ତ କୋରାପୁଟ ଜିଲ୍ଲାର କୋରାପୁଟ, ମାଲକାନଗିରି, ଜୟପୁର ଏବଂ ନବରଙ୍ଗପୁରକୁ କୌଣସି ଘରୋଇ ବସ୍ ଚଳାଚଳ କରିବ ନାହିଁ । ତାପରେ ଅକ୍ଟୋବର ୧୦ ରୁ ସାରା ରାଜ୍ୟରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟ ଚାଲିବ । ଗାଁରୁ ବ୍ଲକ ହେଡକ୍ବାର୍ଟରକୁ ଯାତ୍ରୀ ପରିବହନ ସୁଗମ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଲକ୍ଷ୍ମୀ ବସ୍ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି । ଯାହାକି ଘରୋଇ ବସ୍ ମାଲିକଙ୍କୁ ଘୋର କ୍ଷତି ପହଞ୍ଚାଇବା ସହ ଏହା ଉପରେ ନିର୍ଭର କରି ଚଳୁଥିବା ହଜାର ହଜାର କର୍ମଚାରୀଙ୍କ ପେଟ ପାଟଣାକୁ ଲାତ ବୋଲି କହିଛି ଘରୋଇ ବସ୍ ମାଲିକ ସଂଘ ।