ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପରିବହନ ମନ୍ତ୍ରୀ ଙ୍କୁ ଅଂଚଳବାସିଙ୍କ ତୀବ୍ର ବିରୋଧ। ଅଧା ବାଟ ରୁ ଫେରି ରାସ୍ତା ବଦଳାଇ ଗଲେ ମନ୍ତ୍ରୀ ବିଭୁତି ଭୂଷଣ ଜେନା | ବାଲେଶ୍ୱର ଜିଲ୍ଲା ସୋର ବ।ଲକ ବାଗୁଡ଼ି ଠାରେ ଏକ ସାମାଜିକ କାର୍ଯ୍ୟକ୍ରମ ରେ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଅତିଥି ହୋଇ ଆସିଥିଲେ |
ମନ୍ତ୍ରୀ ଆସିଥିବା ଖବର ଜାଣିପାରି ମାଣିତ୍ରି ନିକଟରେ ଅଂଚଳବାସି ମାନେ ଏକତ୍ରିତ ହୋଇ ରାସ୍ତା ଅବରୋଧ କରିଥିଲେ | ଦୀର୍ଘ ଦିନ ଧରି ସୋର ବାଗୁଡ଼ି ରାସ୍ତା ଅବସ୍ଥା ଶୋଚନୀୟ ଥିବାରୁ ଅଂଚଳବାସି ମାନେ ବାରମ୍ବାର ଅଭିଯୋଗ କରିଥିଲେ | କେହି ନଶୁଣିବାରୁ ଆଜି ମନ୍ତ୍ରୀ ଆସୁଥିବା ଖବର ପାଇ ରାସ୍ତା ଅବରୋଧ କରିଥିଲେ |
ପୋଲିସ ପହଁଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ | ଲୋକ ମାନେ ଜିଦ ରେ ଅଟଳ ରହିବାରୁ ଶେଷରେ କୌଣସି ଉପାୟ ନପାଇ ମନ୍ତ୍ରୀ ଅଧା ରୁ ଫେରି ରାସ୍ତା ବଦଳାଇ ଅନ୍ୟ ବାଟେ ଦେଇ ଭୁବନେଶ୍ୱର ଫେରି ଯାଇଥିଲେ | ଘଟଣାରେ ଲୋକ ମାନଙ୍କ ମଧ୍ୟ ରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି |