ବିଜେଡି ଛାଡିଲେ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲ

0

ଓଡ଼ିଆ ନ୍ୟୁଜ୍: ବିଜେଡିକୁ ଲାଗିଛି ବଡ଼ ଝଟକା। ବିଜେଡି ନେତା ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ଦଳ ଛାଡ଼ିଛନ୍ତି। ଓଡ଼ିଶାର ରାଜନୈତିକ ମହଲରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ବିଜୁ ଜନତା ଦଳ (ବିଜେଡି)ର ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲ ଦଳରୁ ଇସ୍ତଫା ଦେଇଛନ୍ତି। ଏହା ଭଦ୍ରକ ଜିଲାରେ ବିଜେଡି ପାଇଁ ଏକ ବଡ଼ ଧକ୍କା ବୋଲି କୁହାଯାଉଛି।

ପ୍ରୟାସକାନ୍ତି ସାମଲ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ନିଜେ ଘୋଷଣା କରିଛନ୍ତି। ସେ ପୂର୍ବରୁ ଦଳରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ୨୦୦୩ ମସିହାରେ ପ୍ରୟାସକାନ୍ତି ଭଦ୍ରକ ପୌରପାଳିକାର ଅଧ୍ୟକ୍ଷ ଭାବେ ର୍ନିବାଚିତ ହୋଇଥିଲେ। ଏହା ସହିତ ସେ ବିଜେଡିର ରାଜ୍ୟ ସମ୍ପାଦକ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ।

Leave A Reply

Your email address will not be published.