ଓଡ଼ିଆ ନ୍ୟୁଜ୍: ଗାଡ଼ିର ବୈଧ କାଗଜପତ୍ର କରାଇବା ଅବଧି ମାସେ ବଢ଼ିଲା। ପରିବହନ ମନ୍ତ୍ରୀ ବିଭୂତି ଜେନାଙ୍କ ନିର୍ଦ୍ଦେଶରେ ମାସେ ବଢ଼ିଲା।‘ଏହି ଅବଧି ମଧ୍ୟରେ RC, ଫିଟନେସ୍, PUCC, ବୀମା ଆଦି କରାଇ ନିଅନ୍ତୁ।ବର୍ଦ୍ଧିତ ସମୟ ମଧ୍ୟରେ PUCC କରାଇନେବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ।ଜାନୁଆରୀ ୧ ପରିବର୍ତ୍ତେ ଫେବ୍ରୁଆରୀ ପହିଲାରୁ ଯାଞ୍ଚ କଡ଼ାକଡ଼ି।ଫେବ୍ରୁଆରୀ ୧ ପୂର୍ବରୁ PUCC ପାଇଁ ପେଟ୍ରୋଲ ମନା କରାଯାଇ ପାରିବନି।
ଏହି ଗ୍ରେସ ପିରିୟଡରେ ଗାଡ଼ି ମାଲିକମାନେ ସେମାନଙ୍କର ପଞ୍ଜୀକରଣ ପ୍ରମାଣପତ୍ର (RC), ଫିଟନେସ୍ ପ୍ରମାଣପତ୍ର, ପ୍ରଦୂଷଣ ନିୟନ୍ତ୍ରଣ (PUC) ପ୍ରମାଣପତ୍ର ଏବଂ ବୀମାକୁ ବିନା ଜରିମାନାରେ ଅପଡେଟ୍ କରି ପାରିବେ। ମନ୍ତ୍ରୀ ମାସକ ମଧ୍ୟରେ ନବୀକରଣ ସମାପ୍ତ କରିବାକୁ ଅନୁରୋଧ କରିଛନ୍ତି। ସେ ଗୁରୁତ୍ୱାରୋପ କରିଛନ୍ତି ଯେ, ରାଜ୍ୟବ୍ୟାପୀ କଡ଼ାକଡ଼ି ଯାଞ୍ଚ୍ ୧ ଫେବ୍ରୁଆରି ୨୦୨୬ ରୁ ଆରମ୍ଭ ହେବ।
ରାଜ୍ୟ ପରିବହନ କର୍ତ୍ତୃପକ୍ଷ (STA) ଦ୍ୱାରା ପିୟୁସି ନାହିଁ ତ ପେଟ୍ରୋଲ ନାହିଁ( No PUC, No Fuel) ନୀତି ସମ୍ପ୍ରତି ଘୋଷଣା କରାଯିବା ପରେ ମନ୍ତ୍ରୀ ସମୟ ସୀମା ମାସେ ବଢ଼ାଇଥିବା ସୂଚନା ପ୍ରଦାନ କରିଛନ୍ତି। ଏହି ନିର୍ଦ୍ଦେଶ ଅନୁଯାୟୀ, ପେଟ୍ରୋଲ ପମ୍ପଗୁଡ଼ିକ ବୈଧ PUC ପ୍ରମାଣପତ୍ର ନଥିବା ଯାନଗୁଡ଼ିକୁ ଇନ୍ଧନ ଦେବାକୁ ମନା କରିବେ। ପ୍ରାରମ୍ଭରେ ଡିସେମ୍ବର ମଧ୍ୟଭାଗରେ ପ୍ରଚଳିତ ଏହି ନିୟମ ୧ ଜାନୁଆରି ୨୦୨୬ରୁ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ ହେବ ବୋଲି ଘୋଷଣା କରାଯାଇଥିଲା।