ଭିଜିଲାନ୍ସ ଜାଲରେ ସମ୍ବଲପୁର ବରିଷ୍ଠ ରାଜସ୍ୱ ସହାୟକ

0

ଓଡ଼ିଆ ନ୍ୟୁଜ୍:ଭିଜିଲାନ୍ସ ଜାଲରେ ସମ୍ବଲପୁର ବରିଷ୍ଠ ରାଜସ୍ୱ ସହାୟକ ବାସୁଦେବ ଭୋଇ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାସୁଦେବ ଭୋଇଙ୍କ ବାସଭବନ ସମେତ ୪ଟି ସ୍ଥାନରେ ରେଡ୍ ହୋଇଛି । ସମ୍ବଲପୁର ବରିଷ୍ଠ ରାଜସ୍ୱ ସହାୟକ ବାସୁଦେବ ଭୋଇଙ୍କର ପୁଳାପୁଳା ସମ୍ପତ୍ତି। ୧୫ଟି ବହୁମୂଲ୍ୟ ପ୍ଲଟ୍ ସହ ଗୋଟିଏ ବହୁତଳ କୋଠା ଠାବ କଲା ଭିଜିଲାନ୍ସ।ବରଗଡ଼ରେ ୧୦ଟି, ସମ୍ବଲପୁର ସହରରେ ୪ଟି, ଉପକଣ୍ଠରେ ଗୋଟିଏ ଠାବ।ଗୋଟିଏ ୪ ଚକିଆ ଓ ୪ଟି ଦୁଇ ଚକିଆ ଗାଡ଼ି ମଧ୍ୟ ଠାବ।

ସମ୍ବଲପୁରର ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଓଡ଼ିଶା ଭିଜିଲାନ୍ସର ୨ ଜଣ DSP, ୮ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ବରଗଡ଼ ଏବଂ ସମ୍ବଲପୁର ଜିଲ୍ଲାର ୪ଟି ସ୍ଥାନରେ ଏକକାଳୀନ ଘର ତଲାସୀ କରାଯାଉଛି।

Leave A Reply

Your email address will not be published.