ଗ୍ରୀନ ଷ୍ଟିକର ବାଧ୍ୟତାମୂଳକ ନୁହେଁ: ମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ୍: ଗ୍ରୀନ ଷ୍ଟିକର ଗାଡ଼ିରେ ଲଗାଇବ ବାଧ୍ୟତାମୂଳକ ନୁହେଁ। ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ସୂଚନା। ଏହି ମାସରେ ସମସ୍ତ RTO ରେ ପର୍ଯ୍ୟାପ୍ତ ପରିମାଣ ଗ୍ରୀନ ଷ୍ଟିକର ଦିଆଯିବ।ଗ୍ରୀନ ଷ୍ଟିକର କେବଳ ଏକ ସୂଚକ; କୌଣସି ଦେୟ ଦେବାକୁ ପଡ଼ିବନି।ଏଥିପାଇଁ କୌଣସି ଅତ୍ୟଧିକ ବୋଝ ନେବାର ଆବଶ୍ୟକତା ନାହିଁ। କେବଳ ଲୋକଙ୍କୁ ଆକଟ ଓ ସତର୍କ କରାଇବାକୁ କୁହାଯାଇଛି । ଗାଡ଼ି ମାଲିକ ଓଡ଼ିଶା ବାହାରେ ଓ ଗାଡ଼ି ଓଡ଼ିଶାରେ ଥିଲେ ତାଙ୍କୁ ଅଥରାଇଜ ଲେଟର ଦେଇ ଷ୍ଟିକର ନେବେ । କିନ୍ତୁ କୌଣସି ସମସ୍ୟା ଥିଲେ ରିଭ୍ୟୁ ପରେ ବ୍ୟବସ୍ଥା କରାଯିବ ।

ଗ୍ରୀନ୍ ଷ୍ଟିକର ନୁହେଁ ପ୍ରଦୂଷଣ ସାର୍ଟିଫିକେଟ୍ ହେଉଛି ବାଧ୍ୟତାମୂଳକ । ଏଭଳି କହିଛନ୍ତି ପରିବହନ ବିଭାଗ ସଚିବ ଉଷା ପାଢ଼ୀ । ପରିବହନ ବିଭାଗ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ପ୍ରଦୂଷଣ ସାର୍ଟିଫିକେଟ୍ ସମୟସୀମାକୁ ମଧ୍ୟ ବଢ଼ାଯାଇଛି । ଲୋକଙ୍କୁ ସହଯୋଗ କରିବାକୁ ଅନୁରୋଧ କରିଛୁ । ଗ୍ରୀନ୍ ଷ୍ଟିକର କେବଳ ପ୍ରଦୂଷଣ ପାଇଁ ନୁହେଁ ଗାଡ଼ି ଇଞ୍ଜିନ କ୍ଲଜ୍ ଆଦି ସୁରକ୍ଷିତ ଅଛି ସେ ବିଷୟରେ ମଧ୍ୟ ସୂଚନା ଦେଇଥାଏ । କିନ୍ତୁ ଏହି ଗ୍ରୀନ୍ ଷ୍ଟିକର ବାଧ୍ୟତାମୂଳକ ନୁହେଁ । କିନ୍ତୁ ଏହାକୁ ଲଗାଇଲେ କେହି ଏନଫୋର୍ସମେଣ୍ଟ ଅଫିସର ଷ୍ଟିକର ଦେଖି ଜାଣିବେ ଆପଣଙ୍କୁ ଆଉ କେହି କିଛି ପଚାରିବେ ନାହିଁ । ଜାନୁଆରୀ ୧୦ ପରେ RTOରେ ମଧ୍ୟ ଏହି ଷ୍ଟିକର ମିଳିବ । ଗ୍ରୀନ ଷ୍ଟିକର ଯେକୌଣସି ସ୍ଥାନରୁ ନେଇପାରିବେ । ଟେଷ୍ଟିଂ ଏଜେନ୍ସୀ, RTO ସବୁ ସ୍ଥାନରେ ପାଇବେ ।

Leave A Reply

Your email address will not be published.