ଓଡ଼ିଆ ନ୍ୟୁଜ୍: PUCC ପ୍ରସଙ୍ଗରେ ହାଇକୋର୍ଟଙ୍କ ନୋଟିସ୍।ପରିବହନ ସଚିବ ଏବଂ STAକୁ ଜବାବ ତଲବ। ଏମ୍ଭି ଆଇନ ଉଲ୍ଲଙ୍ଘନ ଅଭିଯୋଗରେ ଦାୟର ମାମଲାରେ ନୋଟିସ୍।୧୫ ଦିନ ମଧ୍ୟରେ ଜବାବ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ।ବିନା ପ୍ରଦୂଷଣ ଯାଞ୍ଚରେ ଚାଲାଣ କଟାଯିବାକୁ ବିରୋଧ କରି ମାମଲା।ଆସନ୍ତା ୩୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି।
ପଲ୍ୟୁସନ ସାର୍ଟିଫିକେଟ୍ ଆଳରେ ଚାଲାଣ କଟିବାକୁ ନେଇ ଜନ ଅସନ୍ତୋଷ ବଢ଼ୁଥିବା ଦେଖି ଅବଧି ପରେ ଅବଧି ବଢ଼ାଇ ଚାଲିଛନ୍ତି ରାଜ୍ୟ ସରକାର । ଜାନୁଆରୀ ପରେ ମାର୍ଚ୍ଚ, ଆଉ ଏବେ ଏପ୍ରିଲ ଯାଏଁ ଗଲାଣି କଥା । ଏହାର ସୁଯୋଗ ନେଇ ବିରୋଧୀ ସରକାରଙ୍କୁ ଘେରିଛନ୍ତି । ସୋସିଆଲ୍ ମିଡିଆରେ ସରକାରଙ୍କୁ କଡ଼ା ଟାର୍ଗେଟ୍ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । କହିଛନ୍ତି ପୂର୍ବ ପ୍ରସ୍ତୁତି ନକରି ତରବରିଆ ଭାବେ ନିୟମ ଲାଗୁ କରି ଲୋକଙ୍କୁ ହଇରାଣ କରୁଛନ୍ତି । ଏଭଳି ବ୍ୟବସ୍ଥାକୁ ଇଂରେଜ ଶାସନ ସହ ତୁଳନା କରିଛନ୍ତି ପିସିସି ସଭାପତି । ଯାହାର କଡ଼ା ଜବାବ ରଖିଛି ବିଜେପି ।
ଏହା ଭିତରେ PUCCକୁ ନେଇ ନୋଟିସ୍ କରିଛନ୍ତି ହାଇକୋର୍ଟ । ୨ ସପ୍ତାହ ଭିତରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପଲ୍ୟୁସନ ସାର୍ଟିଫିକେଟ୍ ନଥିଲେ ଜରିମାନା ଦେବାକୁ ହେବ, ଏଭଳି ନିୟମର ବୈଧତା ଉପରେ ପ୍ରଶ୍ନ ଉଠିଛି । ସଂଶୋଧିତ ମୋଟର ଭେହିକିଲ ଆକ୍ଟ ୨୦୧୯ ମୁତାବକ ଏଭଳି କୌଣସି ନିୟମ ନଥିବା ଦର୍ଶାଇ ହାଇକୋର୍ଟରେ ଦାୟର ହୋଇଛି ରିଟ୍ ପିଟିସନ ।