ଓଡ଼ିଆ ନ୍ୟୁଜ୍: କଲିକତା ହାଇକୋର୍ଟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଶକ୍ତ ଝଟ୍କା।ଜରୁରୀ ଶୁଣାଣି ପାଇଁ ଇଡି କରିଥିବା ଆବେଦନ ଖାରଜ।କୌଣସି ପ୍ରକାର ହସ୍ତକ୍ଷେପ କରିବାକୁ ମନା କଲେ ମୁଖ୍ୟ ବିଚାରପତି।ପୂର୍ବରୁ ଧାର୍ଯ୍ୟ ୧୪ ତାରିଖରେ ହେବ ମାମଲାର ପରବର୍ତ୍ତୀ ଶୁଣାଣି।ପ୍ରବଳ ଭିଡ଼ ଓ ହଙ୍ଗାମା ପାଇଁ ଆଜି ହାଇକୋର୍ଟ ଶୁଣାଣି ଘୁଞ୍ଚାଇଥିଲେ।ଆସନ୍ତା ୧୪ ତାରିଖକୁ ଶୁଣାଣି ଘୁଞ୍ଚାଇଥିଲେ ହାଇକୋର୍ଟ।ଏହାକୁ ବିରୋଧ କରି ଅନ୍ୟ ଏକ ବେଞ୍ଚ୍ରେ ଜରୁରୀ ଶୁଣାଣି ପାଇଁ ଆବେଦନ କରିଥିଲା ED।ଗତକାଲି ରେଡ୍ ବେଳେ ଇଡି ସହ ମୁହାଁମୁହିଁ ହୋଇଥିଲେ ମମତା ବାନାର୍ଜୀ।
ଉଲ୍ଲେଖଯୋଗ୍ୟ ଯେ ୮ ଜାନୁୟାରୀ ଗୁରୁବାର ଇଡି ଆଇ-ପିଏସି କାର୍ଯ୍ୟାଳୟ ଓ ଏହାର ସହ ସଂସ୍ଥାପକ ପ୍ରତୀକ ଜୈନଙ୍କ ଆବାସ ଉପରେ ଚଢଉ କରିଥିଲା। ଏହାର ସୂଚନା ମିଳିବାମାତ୍ରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘଟଣାସ୍ଥଳରେ ପହଞ୍ଚିବା ସହ ଜରୁରି କାଗଜପତ୍ର ନିଜ ନିୟନ୍ତ୍ରଣକୁ ନେଇଥିଲେ। ମମତା ଅଭିଯୋଗ କରିଛନ୍ତି ଯେ ୨୦୨୬ ବିଧାନସଭା ନିର୍ବାଚନ ପୂର୍ବରୁ ଇଡି ତୃଣମୂଳ କଂଗ୍ରେସ (ଟିଏମସି)ର ଗୋପନ କାଗଜପତ୍ର, ହାର୍ଡ ଡିସ୍କ ଓ ଗୋପନୀୟ ସଙ୍ଗଠନାତ୍ମକ ଡାଟା ହାତେଇବାକୁ ଉଦ୍ୟମ କରିଛି। ଏହାର କୌଣସି ପ୍ରକାରର ଆର୍ଥିକ ଅନିୟମିତତା ସହିତ ସମ୍ପର୍କ ନାହିଁ।
ତେବେ ଇଡି କହିଛି ଯେ ଯେତେବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘଟଣାସ୍ଥଳରେ ପହଞ୍ଚିଲେ ସେଠାରେ ଏକ ଡ୍ରାମା ଭଳି ପରିସ୍ଥିତି ଉପୁଜିଥିଲା। ମମତା ବାନାର୍ଜୀ ଘଟଣାସ୍ଥଳରେ ଥିବା ପ୍ରତୀକ ଜୈନଙ୍କ ଫୋନକୁ ନିଜେ ନେଇଯାଇଥିଲେ ଓ ପାଖରେ ରଖିଥିଲେ।