ବିବାହ ବନ୍ଧନରେ ବାନ୍ଧି ହେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଆଜି ଗୁରୁପ୍ରୀତ କୌରଙ୍କୁ ବିବାହ କରିଛନ୍ତି । ଉଭୟେ ଚଣ୍ଡିଗଡ଼ର ଭଗବନ୍ତ ମାନଙ୍କ ବାସଭବନରେ ବିବାହ କରିଛନ୍ତି। ଏହି ବିବାହରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ସାଂସଦ ରାଘବ ଚଡ୍ଡା ଏବଂ ବହୁ ଭେଟେରାନ ନେତା ଉପସ୍ଥିତ ଅଛନ୍ତି।

ଏହି କ୍ରମରେ କାନାଡା ଦୂତାବାସର କନସୁଲ୍ ଜେନେରାଲ୍ ପାଟ୍ରିକ୍ ହେବର୍ଟ ସିଏମଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ୪୮ ବର୍ଷୀୟ ଭଗବତ ମନ ଗୁରୁପ୍ରୀତ କୌରଙ୍କ ସହିତ ଦ୍ୱିତୀୟ ବିବାହ କରିଛନ୍ତି । ଗୁରୁପ୍ରୀତ କୌର ବୃତ୍ତି ଅନୁଯାୟୀ ଜଣେ ଡାକ୍ତର। ନିକଟରେ ଭଗବନ୍ତ ମାନଙ୍କ ବିବାହର କିଛି ଚିତ୍ର ସାମ୍ନାକୁ ଆସିଛି। ଯେଉଁଥିରେ ଭଗବନ୍ତ ଏବଂ ଗୁରୁପ୍ରୀତ ବିବାହ ରୀତିନୀତି କରୁଥିବା ନଜର ଆସିଛନ୍ତି। ଏହି ଚିତ୍ରରେ ଭାଗବତ ମାନ ସୁବର୍ଣ୍ଣ ଶେରୱାନି ଏବଂ ହଳଦିଆ ପଗଡିରେ ବର ଭାବରେ ଦେଖାଯାଉଛି ।

Leave A Reply

Your email address will not be published.