ଆଇଏସଆଇ ଟାର୍ଗେଟରେ ପଞ୍ଜାବ ରେଲୱେ ଲାଇନ୍

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଇଣ୍ଟର ସର୍ଭିସ ଇଣ୍ଟେଲିଜେନ୍ସ(ଆଇଏସଆଇ) ଭାରତ ବିରୋଧରେ ରଚୁଛି ଷଡଯନ୍ତ୍ର। ଭାରତୀୟ ଗୁଇନ୍ଦା ସଂସ୍ଥାକୁ ଏହାର ସଙ୍କେତ ମିଳିଛି। ଆଇଏସଆଇ ପଞ୍ଜାବ ଏବଂ ଆଖପାଖର ରାଜ୍ୟରେ ରେଲ ନେଟଓ୍ଵର୍କକୁ ନିଶାଣ କରିବାକୁ ଷଡଯନ୍ତ୍ର ରଚୁଛି। ନିକଟରେ ପଞ୍ଜାବର ମୋହାଲିରେ ପୋଲିସ କାର୍ୟ୍ୟାଳୟ ଉପରେ ରକେଟ୍ ହମଲା ହୋଇଥିଲ।। ସୌଭାଗ୍ୟବଶତଃ ଏଥିରେ କାହାରି ମୃତାହତ ହୋଇନଥିଲା। କିନ୍ତୁ କୋଠା କ୍ଷତିଗ୍ରସ୍ତ ହୋଇଥିଲା।

ଇଣ୍ଡିଆ ଟୁଡେର ରିପୋର୍ଟ ଅନୁଯାୟୀ, ଗୁଇନ୍ଦା ବିଭାଗ ପାକିସ୍ତାନର ଆଇଏସଆଇ ସଂପର୍କିତ ସୂଚନାକୁ ନେଇ ଆଲର୍ଟ ଜାରି କରିଛି। ପାକିସ୍ତାନ ପଞ୍ଜାବ ଏବଂ ଏହାର ନିକଟବର୍ତ୍ତୀ ରାଜ୍ୟଗୁଡିକରେ ରେଲଓ୍ଵେ ଟ୍ରାକକୁ ଟାର୍ଗେଟ୍ କରିବାକୁ ବଡ ଷଡଯନ୍ତ୍ର ରଚୁଛି। ମାଲଗାଡିକୁ ଟାର୍ଗେଟ୍ କରିବାକୁ ମଧ୍ୟ ଯୋଜନା କରିଛନ୍ତି ବୋଲି ଭାରତୀୟ ଗୁଇନ୍ଦା ପକ୍ଷରୁ ରାଜ୍ୟଗୁଡିକୁ ଆଲର୍ଟ କରାଯାଇଛି।

ଗୁଇନ୍ଦା ସୂଚନା ଅନୁଯାୟୀ, ଆଇଏସଆଇ ଭାରତରେ ବ୍ୟାପକ ମାତ୍ରାରେ ନିଜର ସଞ୍ଚାଳକଙ୍କୁ ସାହାଯ୍ୟ ପହଞ୍ଚାଉଛି। ପାକିସ୍ତାନର ଅନେକ ସ୍ଲିପର ସେଲ୍ ଭାରତରେ ସକ୍ରିୟ ଅଛନ୍ତି ଏବଂ ସେମାନଙ୍କୁ ଆତଙ୍କୀ ଗତିବିଧି ପାଇଁ ମୋଟା ଅଙ୍କର ଅର୍ଥ ଦିଆଯାଉଛି।

 

Leave A Reply

Your email address will not be published.