ଓଡ଼ିଆ ନ୍ୟୁଜ୍: ଶ୍ରୀମନ୍ଦିର ଉପରକୁ ଚଢିବାକୁ ଉଦ୍ୟମବେଳେ ଧରାପଡିଲେ ଜଣେ ବ୍ୟକ୍ତି । ବେହରଣ ଦ୍ଵାର ପଟରୁ ପ୍ରାୟ ୫ ରୁ ୭ ଫୁଟ୍ ଚଢ଼ି ସାରିଥିବା ବେଳେ ଜଗନ୍ନାଥ ମନ୍ଦିର ପୋଲିସ ହାତରେ ଧରାପଡିଲେ । ପରେ ତାଙ୍କୁ ସିଂହଦ୍ୱାର ପୋଲିସ ଜିମା ଦିଆଯାଇଛି। ବ୍ୟକ୍ତି ଜଣକ ବିହାରର ବୋଲି ପ୍ରାଥମିକ ସୂଚନା ମିଳିଛି ।
ଦକ୍ଷିଣ ଘର ବାଟରେ ବ୍ୟକ୍ତି ଜଣକ ଉପରକୁ ଚଢ଼ିବାକୁ ଚେଷ୍ଟା କରିଥିଲେ। ବ୍ୟକ୍ତି ଜଣଙ୍କ ର ମାନସିକ ସ୍ଥିତି ଦୁର୍ବଳ ଥିବା ସୂଚନା ମିଳିଛି । ତେବେ ଏନେଇ ଅଧିକ ଛାନ୍ ଭିନ କରୁଛି ସିଂହଦ୍ୱାର ପୋଲିସ ।