ପଇଡ଼ ପାଇଁ ଘରେ ପଶି ହତ୍ୟା

0

ଓଡ଼ିଆ ନ୍ୟୁଜ୍: ପଇଡ଼ ପାଇଁ ଘରେ ପଶି ହାଣି ଦେଲେ । ପୁରୀ ବାସେଳି ସାହି ମଶାଣି ଚଣ୍ଡି ସାହିରେ ବିଭସô ହତ୍ୟା । ଘରେ ଶୋଇଥିବା ବେଳେ ଯୁବକଙ୍କୁ ହାଣି ହତ୍ୟା । ମୃତକ ହେଲେ ବାସେଳିସାହି ଥାନାର କୁନା ବେହେରା। କୁନା ନିଜ ଘରେ ରାତିରେ ଶୋଇଥିଲେ। ଏହି ସମୟରେ ଲିପୁନୁ ଭୋଇ ନାମକ ଜଣେ ଯୁବକ ଓ ତାର କିଛି ସହଯୋଗୀ ଆସି କବାଟ ବାଡ଼େଇ କୁନାଙ୍କୁ ଡାକିଥିଲେ। କୁନା କବାଟ ଖୋଲିଦେବାରୁ ଅଭିଯୁକ୍ତମାନେ ତାଙ୍କ ଉପରେ ଲଙ୍କାଗୁଣ୍ଡ ପକାଇ ଦେଇଥିଲେ। ପରେ ତାଙ୍କୁ ଧାରୁଆ ଅସ୍ତ୍ରରେ ବୀଭତ୍ସ ଭାବେ ହତ୍ୟା କରିଥିଲେ। ଘରେ କୁନାଙ୍କ ରକ୍ତାକ୍ତ ମୃତଦେହ ପଡ଼ିଛି। ଖବର ପାଇ ଘଟଣାସ୍ଥଳରେ ବାସେଳି ସାହି ପୋଲିସର ପହଞ୍ଚି ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.