ଓଡ଼ିଆ ନ୍ୟୁଜ୍: ରଥଯାତ୍ରା ଦଳାଚକଟା: ୪ ଜଣିଆ କମିଟି ଗଠନ କଲେ ସରକାର।୪ OAS ଅଫିସରଙ୍କୁ ନେଇ କମିଟି, ସାଧାରଣ ପ୍ରଶାସନ ବିଭାଗର ସୂଚନାପୁରୀର ଶରଧାବାଲିରେ ଗତ ରବିବାର ଦିନ ଭୋର୍ରୁ ଘଟିଥିବା ଦଳାଚକଟା ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ଏକ ସ୍ବତନ୍ତ୍ର ଟିମ୍ ଗଠନ କରିଛନ୍ତି। ଉନ୍ନୟନ କମିସନରଙ୍କ ନେତୃତ୍ବରେ ତଦନ୍ତ ପାଇଁ ଗଠନ କରାଯାଇଥିବା ଏହି କମିଟିରେ ୪ ଜଣ ଓଏଏସ୍ ଅଧିକାରୀଙ୍କୁ ସାମିଲ କରାଯାଇଛି। ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଆଜି ନିର୍ଦ୍ଦେଶନାମା ଜାରି ହୋଇଛି।ନିର୍ଦ୍ଦେଶନାମରେ କୁହାଯାଇଛି, ରାଜ୍ୟ ସରକାର ମାନସ ରଂଜନ ସାମଲ, ବିନୟ କୁମାର ଦାଶ, ରଶ୍ମୀ ରଂଜନ ନାୟକ ଓ ପ୍ରଦୀପ କୁମାର ସାହୁଙ୍କୁ ତଦନ୍ତକାରୀ ଟିମ୍ରେ ସାମିଲ କରିଛନ୍ତି।
ଏହି ୪ଜଣ ଜଣ ଓଏଏସ୍ ଅଧିକାରୀ ପ୍ରତିଦିନ ଉନ୍ନୟନ କମିସନରଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ରହି ଅପରାହ୍ଣ ୩ଟାରୁ ୫ଟା ଯାଏଁ ତଦନ୍ତ ପାଇଁ ସମୟ ଦେବେ।ଗତ ରବିବାର ଦିନ ପ୍ରତ୍ୟୁଷରେ ଶରଧାବାଲିରେ ମହାପ୍ରଭୁଙ୍କ ପହୁଡ଼ ଖୋଲିବା ପରେ ଶ୍ରଦ୍ଧାଳୁମାନଙ୍କର ପ୍ରବଳ ଭିଡ଼ ଯୋଗୁଁ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ଘଟଣାରେ ତିନି ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ଘଟିଥିଲା। ମୃତକମାନେ ହେଲେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ର ବାସନ୍ତୀ ସାହୁ, ପ୍ରେମକାନ୍ତ ମହାନ୍ତି ଏବଂ ବାଲିପାଟଣାର ପ୍ରଭାତୀ ଦାସ। ଏହି ଘଟଣରେ ଅନେକ ଶ୍ରଦ୍ଧାଳୁ ଆହତ ହୋଇଥିଲେ।