ରଥଯାତ୍ରା ପାଇଁ ୫ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ରହିବ: ପୋଲିସ ଡିଜି

0

ଓଡ଼ିଆ ନ୍ୟୁଜ୍: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପୁରୀ ସହରକୁ ୨୭୫ଟି AI କ୍ୟାମେରା ଜଗିବାର ବ୍ୟବସ୍ଥା କରାଯାଇଛି। ଏନେଇ ପୋଲିସ ଡିଜି ଓ୍ବାଇ.ବି. ଖୁରାନିଆ୍‌ ସୂଚନା ଦେଇଛନ୍ତି। ଏଥିସହିତ ୫ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ରହିବ। ୧୦ ହଜାର ସୁରକ୍ଷାକର୍ମୀ ମୁତୟନ ହେବେ। କୁଇକ୍‌ ରେସପନ୍ସ ଟିମ୍‌ ଓ ଡ୍ରୋନ୍‌ର ସହାୟତା ବି ନିଆଯିବ।

ସମୁଦ୍ର ତଟରେ କୋଷ୍ଟ ଗାର୍ଡ ମୁତୟନ ହେବେ ବୋଲି ଖୁରାନିଆ କହିଛନ୍ତି। ୬୯ଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ୬୪ ଆମ୍ବୁଲାନ୍ସ,୨୬୫ ସ୍ବତନ୍ତ୍ର ବେଡ୍‌ ବ୍ୟବସ୍ଥା କରାଯାଇଛି। ଏଥିସହିତ ୩୭୮ ଅତିରିକ୍ତ ଡାକ୍ତର ଓ ପାରାମେଡିକାଲ ଷ୍ଟାଫ୍‌ ରହିବେ। ଏମ୍ସ(AIIMS)ର ବିଶେଷଜ୍ଞ ଡାକ୍ତର ସେବା ଯୋଗାଇବେ ବୋଲି ଖୁରାନିଆ ସୂଚନା ଦେଇଛନ୍ତି।

Leave A Reply

Your email address will not be published.