କମୁଛି ସୁବର୍ଣ୍ଣରେଖା ଜଳସ୍ତର

0

ଓଡ଼ିଆ ନ୍ୟୁଜ୍: କମୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର । କିନ୍ତୁ ବଢ଼ିବାରେ ଲାଗିଛି ଲୋକଙ୍କ ଦୁର୍ଦ୍ଦଶା । ବନ୍ୟା ପାଣିରେ ଅନେକ ଗାଁ ଜଳବନ୍ଦୀ ହୋଇ ରହିଛି । ଗାଁ ଦଣ୍ଡାରେ ବନ୍ୟା ପାଣି ଚାଲିବା ଫଳରେ ଲୋକେ ଘରୁ ବାହାରିପାରୁନାହାନ୍ତି । ସୁବର୍ଣ୍ଣରେଖାରେ ବନ୍ୟା ଆସିବା ଫଳରେ ଉତ୍ତର ବାଲେଶ୍ୱରରର ୪ଟି ବ୍ଲକର ୨୧ ଟି ପଞ୍ଚାୟତର ୬୦ରୁ ଅଧିକ ଗାଁ ଜଳବନ୍ଦୀ ହୋଇରହିଛି । ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ବାଲିଆପାଳ ଏବଂ ଭୋଗରାଇ ବ୍ଲକ୍ । ଏବେବି ୩ ଫୁଟ ଉଚ୍ଚରେ ଗାଁ ଦାଣ୍ତରେ ବନ୍ୟା ପାଣି ପ୍ରବାହିତ ହେଉଥିବାରୁ ଲୋକେ ଘରୁ ବାହାରି ପାରୁନାହାନ୍ତି ।

କେତେକ ସ୍ଥାନରେ ରାସ୍ତା ଉପରେ ୪ଫୁଟ ପାଣି ପ୍ରବାହିତ ହେଉଥିବାରୁ ଲୋକେ ଦେଶୀ ଡଙ୍ଗା ସହାୟତାରେ ଯାତାୟାତ କରୁଛନ୍ତି । ହଜାର ହଜାର ହେକ୍ଟର ବନ୍ୟା ପାଣିରେ ପନି ପରିବା ଚାଷ ବୁଡି ରହିଛି । ବନ୍ୟା ଆସିବା ପୂର୍ବରୁ ଲୋକଙ୍କୁ ସତର୍କ କରାଯାଇ ନଥିବାରୁ ପ୍ରଭାବିତ ଅଞ୍ଚଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ପାଣି କମୁଥିଲେ ବି ଭୋଗରାଇ ବ୍ଳକର ୫ଟି ପଞ୍ଚାୟତର ୧୨ଗାଁ ଏବେ ମଧ୍ୟ ପାଣି ଘେରରେ ଅଛି । ଲୋକଙ୍କ ଦୁର୍ଦ୍ଦଶା କମୁନି । ଲୋକେ ୩ ଦିନ ଧରି ବାହ୍ୟ ଜଗତରୁ ବିଛିନ୍ନ ହୋଇ ରହିଛନ୍ତି ।

Leave A Reply

Your email address will not be published.