ପହଲଗାମ୍ ଆକ୍ରମଣ; ଆତଙ୍କୀଙ୍କୁ ଆଶ୍ରୟ ଦେଇଥିବା ୨ ସହଯୋଗୀ ଗିରଫ

0

ଓଡ଼ିଆ ନ୍ୟୁଜ୍: ପହଲଗାମ୍ ଆକ୍ରମଣ NIAକୁ ବଡ଼ ସଫଳତା। ପହଲଗାମ ଆତଙ୍କବାଦୀ ଆକ୍ରମଣରେ ସାମିଲ ଥିବା ଆତଙ୍କୀଙ୍କୁ ଘରେ ସାହାରା ଦେବା ଅଭିଯୋଗରେ ଦୁଇଜଣଙ୍କୁ ଗିରଫ କରିଛି ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି ବା ଏନ୍‌ଆଇଏ । ଖାଲି ସେତିକି ନୁହେଁ, ତିନିଜଣ ଆତଙ୍କବାଦୀଙ୍କ ପରିଚୟ ବି ମିଳିଥିବା ନେଇ ଏନ୍‌ଆଇଏ ସୂଚନା ଦେଇଛି ।ଏପ୍ରିଲ ୨୨ ତାରିଖରେ ଜମ୍ମୁ-କାଶ୍ମୀରର ପହଲଗାମରେ ବର୍ବରକାଣ୍ଡ ଘଟାଇଥିଲେ ଆତଙ୍କବାଦୀମାନେ ।

ଏହି ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କ ଜୀବନ ଚାଲିଯାଇଥିଲା । ଏହି ବୀଭତ୍ସକାଣ୍ଡର ଦୁଇମାସ ପରେ ଅର୍ଥାତ ଆଜି(ରବିବାର) ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛି ଏନ୍‌ଆଇଏ । ଯାଞ୍ଚ ଏଜେନ୍ସି ଦୁଇଜଣଙ୍କୁ ଗିରଫ କରିଛି । ଏମାନେ ଆତଙ୍କବାଦୀଙ୍କୁ ଘରେ ରଖିବା ସହ ସେମାନଙ୍କୁ ଅନ୍ୟାନ୍ୟ ସାହାଯ୍ୟ କରିଥିଲେ । ଜାତୀୟ ମିଡିଆ ରିପୋର୍ଟ ମୁତାବକ ଦୁଇଜଣ ଅଭିଯୁକ୍ତ ପରବେଜ ଅହମ୍ମଦ ଜୋଥର ଓ ବଶୀର ଅହମ୍ମଦ ଜୋଥର ବୋଲି ଜଣା ପଡ଼ିଛି । ଏମାନଙ୍କୁ ପଚରାଉଚରା ବେଳେ ଏମାନେ ପହଲଗାମ ଆତଙ୍କୀ ଆକ୍ରମଣରେ ସାମିଲ ତିନିଜଣ ଆତଙ୍କବାଦୀଙ୍କ ପରିଚୟ ଓ ଠିକଣା ବାବଦରେ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.